ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ଡମେଙ୍ଗି ଗ୍ରାମରେ ବିଦ୍ୟୁତ୍ ସର୍ଟସର୍କିଟ୍ ହେବା ଦ୍ଵାରା ନିଆଁ ଲାଗି ୩ ବଖରା ଘର ଜଳି ଯାଇଥିବା ସୂଚନା ମିଳିଛି।
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତିକି ବେଳକୁ ୩ ବଖରା ଘର ସମୂର୍ଣ୍ଣ ଜଳି ସମସ୍ତ କାଗଜପତ୍ର, ଲୁଗାପଟା, ସୁନା ରୂପା ଓ ଆସବାବପତ୍ର ପାଉଁଶ। ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସାକ୍ଷାତ କରି ସାନ୍ତ୍ଵନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି।
ଅଗ୍ନିଶମ ବିଭାଗ କିମ୍ବା ରାଜସ୍ବ ବିଭାଗ ପକ୍ଷରୁ କେତେ କ୍ଷୟ କ୍ଷତି ହେଇଛି ତାହା ଆକଳନ କରାଯାଇ ନ ଥିବା ବେଳେ ବର୍ତମାନ ସମ୍ପୂର୍ଣ୍ଣ ପରିବାର ବେସାହାରା। ଘର ମୂରବୀ ଗୌରହରି ପ୍ରଧାନ ଭୁବନେଶ୍ୱର ରେ ରହି କାମ କରୁଥିବା ବେଳେ ଘରେ ଦୁଇଜଣ ମହିଳା ଓ ଜଣେ ଛୋଟ ଛୁଆ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/21/QXXN6RflXiyuXOjMqZUi.jpg)