ପୁରୀ: ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍ର ଚାଳକ ଅନିୟନ୍ତ୍ରିତ ହୋଇ ଆଜି ଅପରାହ୍ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ଏଥିରେ ତିନି ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)।
ଶରଧାବାଲିରେ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ତିନି ଯୁବତୀ ବହୁତ ଖୁସିରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ଦୁର୍ଭାଗ୍ୟର ବିଷୟରେ ସ୍କୁଟି ଆରୋହୀମାନଙ୍କର ଅନ୍ୟ ଏକ ଗାଡ଼ି ସହିତ ସାମାନ୍ୟ ଧକ୍କା ଦେଇଥିଲା, ଯେଉଁଥିରେ ସେମାନେ ପଡ଼ି ଯାଇଥିଲେ। ଏହି ସମୟରେ ସରକାରୀ ବସ୍ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିଲା।
ସୂଚନା ଅନୁସାରେ ଲିଙ୍ଗରାଜ ଥାନା ବାରିକସାହିର ରିମ୍ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରି ଥିଲେ।। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଆଗକୁ ବଢୁଥିଲେ। କିନ୍ତୁ ସେମାନଙ୍କର ଆଶା ପୂରା ହୋଇପାରିଲା ନାହିଁ।
/filters:format(webp)/sambad/media/media_files/2025/06/28/e98f3a89-b73a-4f3f-9c19-6c0fd3dae967-2025-06-28-17-45-16.jpg)
ପିପିଲି ଥାନା ତରାକାଜ ନିକଟରେ ସାମ୍ନାରୁ ଆସୁଥିବା ଏକ ଗାଡ଼ି ତିନି ଯୁବତୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେମାନେ ତଳେ ପଡ଼ି ଯାଇଥିଲେ। ଦୁର୍ଘଟଣାର ଶିକାର ହୋଇ ଉଠିବା ପୂର୍ବରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ଦ୍ବାରା ପରିଚାଳିତ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ସେମାନଙ୍କର ଉପରେ ଚଢ଼ି ଯାଇଥିଲା। ଯୁବତୀମାନେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ବେଳେ ବସ୍ଟି ଫେରାର ମାରିଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୩ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି (ଓଡି ୦୨ ବିକ୍ୟୁ ୭୩୬୭) ଜବତ କରିଛି। ପିପିଲି ଟୋଲ୍ ଗେଟ୍କୁ ଯାଇ ପୁଲିସ ବସ୍କୁ ଚିହ୍ନଟ କରିବା ପାଇଁ ଛାନଭିନ ଜାରି ରଖିଛି। ମୃତ ଯୁବତୀମାନେ ଭୁବନେଶ୍ବରସ୍ଥିତ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ସେମାନଙ୍କର ପୂରା ପରିଚୟ ଜଣାପଡ଼ିବ ବୋଲି ପୁଲିସ କହିଛି।
Accident | puri | dead
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/28/475f04da-7557-4363-abf1-bdbf98ff02a4-2025-06-28-17-30-22.jpg)