ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତକାଲି ହୋଇଥିବା ଏନକାଉଣ୍ଟରର ବିସ୍ତୃତ ବିବରଣୀ ଆଜି ଜିଲ୍ଲା ପୁଲିସ ତରଫରୁ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣ ନକ୍ସଲଙ୍କର ଶବ ଚିହ୍ନଟ ହୋଇଛି। ଏମାନେ ହେଲେ ମାଟାବାଡା ଏଲଓସି କମାଣ୍ଡର ଅନିଲ ପୁନେମ। ଅନିଲ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।

Advertisment

ସେହିପରି ଅନ୍ୟ ଦୁଇ ଜଣ ହେଲେ ଏଲଓସି ସଦସ୍ୟ ପାଲୋ ପଡିଆମି ଏବଂ ଦିଵାନ ମାଡକମ। ପଲୋ ନାମରେ ସରକାର ୨ ଲକ୍ଷ ଏବଂ ଦିୱାନ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ଘୋଷିତ ହୋଇଥିଲା। ଏହି ଏନକାଉଣ୍ଟର ସ୍ଥଳରୁ ଦୁଇଟି ବନ୍ଧୁକ,ଗୋଟିଏ ୩୧୫ ବନ୍ଧୁକ, ମାଓ ପୋଷାକ, ବିସ୍ଫୋରକ, ଔଷଧ ଇତ୍ୟାଦି ଜବତ କରାଯାଇଛି।

 

ତେବେ ଗୋଟିଏ ପଟେ ନକ୍ସଲଙ୍କର ଶାନ୍ତି ପ୍ରସ୍ତାବକୁ ସରକାର ଏକ ପ୍ରକାର ଅଗ୍ରାହ୍ୟ କରି ଦେଇଥିବା ବେଳେ ନକ୍ସଲ କିନ୍ତୁ ଯେକୌଣସି ପ୍ରକାରେ ଶାନ୍ତି ପ୍ରସ୍ତାବକୁ ଆଗତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟଦିଗରେ ଛତିଶଗଡର ସରକାର ସମସ୍ତେ ଆତ୍ମସମର୍ପଣ କରନ୍ତୁ ବୋଲି ଜୋର କରୁଛି। ତେବେ ଶାନ୍ତି ପ୍ରସ୍ତାବ ଆଗତ ହେବା ଭିତରେ କିନ୍ତୁ ପୁଲିସ ଚଢାଉ ଜାରି ରଖିଛି।

Malkangiri