ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟପୁର ଜିଲ୍ଲା ପୁଲିସ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ ଦୁଇ ଦିନ ତଳେ କୁତୁଲ ଠାରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଆଜି ୩ ଜଣ ମାଓବାଦୀ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କୁହାଯାଇଛି।

Advertisment

ଗତ ଏକ ବର୍ଷ ମଧ୍ୟରେ ନାରାୟଣପୁର ଜିଲ୍ଲାରେ ୭୯ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। କୁତୁଲ ଅଂଚଳରେ ବିକାଶର ଧାରା ପହଞ୍ଚିବା ଏବଂ ସୁରକ୍ଷାକର୍ମୀଙ୍କର ଲଗାତାର ଅପରେସନରେ ନକ୍ସଲ ସଂଗଠନ ଛାଡିବାକୁ ବାଧ୍ୟ ହେଉଛନ୍ତି। ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବୁ ବୋଲି କହିଛନ୍ତି।

ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଭରତ କୁମାରଙ୍କ ନିକଟରେ ଜନତାନା ସରକାର ଅଧ୍ୟକ୍ଷ ରେନୁ ଉସେଣ୍ଡି(୪୮), ସଦସ୍ୟ ମେନୁ ବଡଦା(୪୬) ଏବଂ ସଦସ୍ୟ ସନ୍ନୁ ଉସେଣ୍ଡି(୩୫)। ପୁଲିସ ନକ୍ସଲଙ୍କ କଥାରେ ପଡି ବହୁ ଯୁବକଯୁବତୀ ପଥଭ୍ରଷ୍ଟ ହୋଇଥିବାରୁ ସେମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଚାହୁଥିବା କହିଛି।

ଏହି ନକ୍ସଲମାନଙ୍କୁ ସରକାରଙ୍କ ତରଫରୁ ୨୫ ହଜାର ଟଂକା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।