ଲକ୍ଷ୍ମୀପୁର(ପରମେଶ୍ବର ସାହୁ): କାଳବୈଶାଖୀରୁ ବର୍ତ୍ତିବା ପାଇଁ ଆଈ-ନାତୁଣୀ ଓ ଗାଁର ଜଣେ ମହିଳା କୁଡ଼ିଆରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି। ଭାଗ୍ୟ ଖରାପ ଥିବାରୁ ବଜ୍ରପାତ କୁଡ଼ିଆ ଉପରେ ହିଁ ପଡ଼ିଛି, ଯେଉଁଥିରେ କି ୩ଜଣଙ୍କର ମୃତ୍ୟୁ ଘଟିଛି। ଏହି ବଜ୍ରପାତରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଧୀନ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପର୍ଡିଗୁଡ଼ା ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ବୁଦ୍ରୀ ମାଣ୍ଡିଙ୍ଗା (୬୦), କସା ମାଣ୍ଡିଙ୍ଗା (୧୬) ଓ ଅମ୍ବିକା କାଶୀ (୩୫)।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ଆଜି ଦିନ ଦିପହରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଈ-ନାତୁଣୀ ଓ ଗାଁର ଜଣେ ମହିଳାଙ୍କ ସମେତ ଅନ୍ୟ ୫ ଜଣ ଆଶ୍ରୟ ନେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ବୁଦ୍ରୀ ମାଣ୍ଡିଙ୍ଗା, ତାଙ୍କ ନାତୁଣୀ କସା ମାଣ୍ଡିଙ୍ଗା ଓ ଅମ୍ବିକା କାଶୀଙ୍କ ମୃତ୍ୟୁ ଘଟିଥିଲା।
୪ଦିନରେ ୯ ଜଣଙ୍କ ମୃତ୍ୟୁ
ଗତ କିଛି ଦିନ ହେଲା ରାଜ୍ୟରେ କ୍ରମାଗତ ଭାବେ ବଜ୍ରପାତଜନିତ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ନବରଂଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ମୁଖ୍ୟରାସ୍ତାରେ ଗୁରୁବାର ଅପରାହ୍ନରେ ବଜ୍ରାଘାତ ହେବାରୁ ଦଶାଏ ପନକା (୫୬)ଙ୍କ ମୃତ୍ୟୁ ଘଟିଥିଲା। ସେ ବଜାରରୁ ଫେରିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ଗତ ୧୪ ତାରିଖ ଦିନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ବାପ-ଝିଅଙ୍କ ସମେତ ୩ ଜଣଙ୍କର ମୃତ୍ୟୁର କାରଣ ହିଁ ବଜ୍ରପାତ ହୋଇଥିଲା। ମୃତକମାନେ ହେଲେ ଗେମେଲ କ୍ରିଷ୍ଣା (୪୬), ଝିଅ ଗେମେଲ କାମି (୩୩) ଓ ସଂପର୍କୀୟ ମାଉସୀ ଗେମେଲ ତୁମ୍ବାଇ (୬୬)। ଏହାର ପୂର୍ବ ଦିନ ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରେ ବାପ-ପୁଅ ବଲରେ ଥିବା ବେଳେ ବ୍ରଜପାତ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। କାଳବୈଶାଖୀ ଯୋଗୁଁ ଚାରିଦିନ ଭିତରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି।
ପର୍ଡ଼ିଗୁଡ଼ା ଗାଁରେ ବଡ଼ଧରଣର ବଜ୍ରପାତ ହୋଇଥିବାରୁ ଅନ୍ୟ ୫ ଜଣ ଆହତ ଅବସ୍ଥାରେ ରହିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ପରିସ୍ଥିତି ଉପରେ ରଖିଛି। ଏବେ ପର୍ଡିଗୁଡ଼ାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Koraput | Lightning
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/16/G11D1qLxIpYhely6nrMr.jpg)