ଓଡ଼ାପଡ଼ା/ମେରାମଣ୍ଡଳି: ବ୍ୟାଟେରି ଚୋରି ସନ୍ଦେହରେ କମ୍ପାନି ଭିତରେ ଦୁଇ ଯୁବକଙ୍କୁ ଉଲଗ୍ନ କରି ପିଟିବା ଘଟଣାରେ ମୋଟଙ୍ଗା ଥାନା ପୁଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଟଙ୍ଗା ଥାନା ଓଡ଼ାପଡ଼ା ଗ୍ରାମର ବଗ ଓରଫ୍ ଅଜିତ କୁମାର ପଣ୍ଡା (୩୫), ତାଳଚେର ଥାନା ରାମଚନ୍ଦ୍ରପୁରର ଅମୂଲ୍ୟ ଭୂତିଆ (୩୪) ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପୋଢ଼ୁଆଁ ଗ୍ରାମର ବସନ୍ତ କୁମାର ମଲ୍ଲିକ (୫୨)। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
କମ୍ପାନି ପାଖରେ ଦୀର୍ଘ ବର୍ଷ ଧରି କାମ କରୁଥିବା ନିମିଧା ଗ୍ରାମର ଦିଲୁ ନାଏକ ଓ ମୁନା ନାଏକଙ୍କୁ ଗତକାଲି ଉପରୋକ୍ତ ୩ ଜଣ ବ୍ୟାଟେରି ଚୋର ସନ୍ଦେହରେ କମ୍ପାନି ପରିସରରେ ପିଟିଥିଲେ। ସେମାନଙ୍କୁ ଉଲଗ୍ନ କରି ଠେଙ୍ଗାରେ ପିଟିଥିଲେ। ପ୍ରାଣାନ୍ତକ ଆକ୍ରମଣରେ ଦୁହେଁ ଗୁରୁତର ହୋଇଥିଲେ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିମିଧାସ୍ଥିତ ଜଗନ୍ନାଥ ପାୱାର ଆଣ୍ଡ ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍ରେ ଏମାନେ କାମ କରନ୍ତି। ଅଜିତ କମ୍ପାନିର ସିକ୍ୟୁରିଟି ସୁପରଭାଇଜର୍ ଥିଲାବେଳେ ବସନ୍ତ ସିକ୍ୟୁରିଟି ଇନ୍ଚାର୍ଜ ଓ ଅମୂଲ୍ୟ କମ୍ପାନିରେ ଗାଡ଼ି ଚଳାନ୍ତି। କମ୍ପାନି ପାଖରେ ଦୀର୍ଘ ବର୍ଷ ଧରି କାମ କରୁଥିବା ନିମିଧା ଗ୍ରାମର ଦିଲୁ ନାଏକ ଓ ମୁନା ନାଏକଙ୍କୁ ଗତକାଲି ଉପରୋକ୍ତ ୩ ଜଣ ବ୍ୟାଟେରି ଚୋର ସନ୍ଦେହରେ କମ୍ପାନି ପରିସରରେ ପିଟିଥିଲେ। ସେମାନଙ୍କୁ ଉଲଗ୍ନ କରି ଠେଙ୍ଗାରେ ପିଟିଥିଲେ। ପ୍ରାଣାନ୍ତକ ଆକ୍ରମଣରେ ଦୁହେଁ ଗୁରୁତର ହୋଇଥିଲେ। ଏହି ସମୟର ଭିଡିଓ ଭାଇରାଲ୍ ହୋଇଥିଲା।
ଘଟଣାକୁ ନେଇ ଦିଲୁଙ୍କ ଭାଇ ଅଶେଷ ମୋଟଙ୍ଗା ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି କେସ୍ ନଂ ୩୯୦/୨୪ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ବଗ ସମେତ ଅନ୍ୟ ୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।