ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୁଧବାର ଏକ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସୁଦୀପ୍ତ ଆଚାର୍ଯ୍ୟ ଏହାର ବିଚାର କରି ୩ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଲେଖାଏଁ କାରାଦଣ୍ଡ ନେଇ ଶୁଣାଣି କରିଛନ୍ତି। ଏଥି ସହିତ ୧୦,୦୦୦ ଟଙ୍କା ଜରିମାନା ଅନାଦେୟ ଅଧିକ ୧ବର୍ଷର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି। ଦଣ୍ଡ ପାଇଥିବା ବ୍ୟକ୍ତିମାନେ ହେଲେ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳର ରାଜେଶ ଜେନା, ରାକେଶ ଜେନା, ଦିକ୍ସିତ ଜେନା।
୨୦୨୧ ମସିହାରେ ବୈଶିଙ୍ଗା ଥାନା ଅଞ୍ଚଳରେ ଉକ୍ତ ଗଣଦୁଷ୍କର୍ମ ଘଟିଥିଲା। ପୀଡ଼ିତା ଜଣକ ତାଙ୍କ ପୁଅ ସାଙ୍ଗ ସମେତ ଗାଡ଼ିରେ ଯାଉଥିଲେ। ବିଶ୍ରାମ ନେବାକୁ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ୩ଜଣ ଆସାମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ପୁଅ ସାଙ୍ଗକୁ ଅଟକାଇ ଥିବା ବେଳେ ଅନ୍ୟ ଦୁଇ ଜଣ ପିଡିତା ଯୁବତୀକୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ।
ମାମଲାର ବିବରଣୀରୁ ଜଣାଯାଏ, ୨୦୨୧ ମସିହାରେ ବୈଶିଙ୍ଗା ଥାନା ଅଞ୍ଚଳରେ ଉକ୍ତ ଗଣଦୁଷ୍କର୍ମ ଘଟିଥିଲା। ପୀଡ଼ିତା ଜଣକ ତାଙ୍କ ପୁଅ ସାଙ୍ଗ ସମେତ ଗାଡ଼ିରେ ଯାଉଥିଲେ। ବିଶ୍ରାମ ନେବାକୁ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ୩ଜଣ ଆସାମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ପୁଅ ସାଙ୍ଗକୁ ଅଟକାଇ ଥିବା ବେଳେ ଅନ୍ୟ ଦୁଇ ଜଣ ପିଡିତା ଯୁବତୀକୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଉକ୍ତ ଘଟଣାକୁ ନେଇ ପରିବାର ଲୋକେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ସେତେବେଳର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ କରି ଏକ ମାମଲା ରୁଜୁ ପୂର୍ବକ ପିଡିତାଙ୍କ ବୟାନ ରେକର୍ଡ କରିଥିଲେl ତେବେ ଏହାର ତ୍ୱରିତ ତଦନ୍ତ ଉକ୍ତ ରାତ୍ରିରେ ହିଁ ଘଟଣାରେ ସମ୍ପୃକ୍ତ ୩ଜଣ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲେ। ପରେ ମାମଲାର ବିଚାର ସମୟରେ ୧୭ଜଣ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ସରକାରୀ ପିପି ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ।
Court judgement | Mayurbhanj