ପୁରୀ: ବହୁଚର୍ଚିତ ଚନ୍ଦନ ବେହେରା ହତ୍ୟାକାଣ୍ଡ ମାମଲାରେ ପୁରୀର ଅତରିକ୍ତ ଜିଲ୍ଲା ଦୌରାଜଜ୍ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜୀବନ ଦଣ୍ଡ ପାଇଛନ୍ତି ବରଜୁ, ଜଗା ଓ କପିଳା।
ମାମଲାର ବିବରଣୀରୁ ଜଣାଯାଏ ୨୦୧୭ ଜାନୁଆରି ୮ ତାରିଖରେ ଆଇନଜୀବୀ ଚନ୍ଦନ ବେହେରାଙ୍କୁ ପୁରୀ ବାର୍ ସାମ୍ନାରେ ଥିବା ଖୁସି ହୋଟେଲ୍ରେ ହତ୍ୟା କରାଯାଇଥିଲା। ସାଇ କୁଟୀର ଲଜ ମାଲିକ ତଥା ଆଇନଜୀବୀ ଚନ୍ଦନ ବେହେରା ହତ୍ୟାଘଟଣାରେ ପୁଲିସ ମୃତ ଚନ୍ଦନଙ୍କ ସ୍ତ୍ରୀ ନିବେଦିତା ବେହେରା ଓ ଲିଟୁ ଓରଫ ନରେନ୍ଦ୍ରନାଥ ଦାସ ମାଷ୍ଟରମାଇଣ୍ଡ ଥିଲେ। ଚନ୍ଦନଙ୍କୁ ରାସ୍ତାରୁ ସଫା କରିବା ପାଇଁ ୬ ମାସ ପୂର୍ବରୁ ଯୋଜନା ହୋଇଥିଲା। ଏଥିରେ ସାମିଲ ଥିଲେ ଲିଟୁ, ନିବେଦିତା, ଜଗା, କପିଳା ଓ ବରଜୁ।
୨୦୧୭ ଜାନୁଆରି ୮ତାରିଖ ଦିନ ଚନ୍ଦନ ସାଇ କୁଟୀର ଲଜକୁ ପ୍ରବେଶ କରିବା ସମୟରେ ଜଗା, କାଳିଆ ମାରଣାସ୍ତ୍ରରେ ହାଣିଥିବା ବେଳେ ବରଜୁ ତାଙ୍କ ମୁଣ୍ଡକୁ ହାଣିବା ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା ଚନ୍ଦନ।
ସେନେଇ ଜାନୁଆରି ୫ରେ ଏମାନେ ହତ୍ୟା ଷଡ଼ଯନ୍ତ୍ର ଯୋଜନା କରିବା ପରେ ପୁରୀରେ ନୋଟାରିରେ ଏକ ଏଗ୍ରିମେଣ୍ଟ ହୋଇଥିଲା ଯେଉଁଥିରେ ଚନ୍ଦନଙ୍କ ମୃତ୍ୟୁ ପରେ ନିବେଦିତା ଓ ତାଙ୍କ ପିଲାର ଅଭିଭାବକ ଓ ସମ୍ପତ୍ତିର ଉତରାଧିକାରୀ ଲିଟୁ ହେବ ବୋଲି ଲେଖାଯାଇଥିଲା। ୮ତାରିଖ ଦିନ ଚନ୍ଦନ ସାଇ କୁଟୀର ଲଜକୁ ପ୍ରବେଶ କରିବା ସମୟରେ ଜଗା, କାଳିଆ ମାରଣାସ୍ତ୍ରରେ ହାଣିଥିବା ବେଳେ ବରଜୁ ତାଙ୍କ ମୁଣ୍ଡକୁ ହାଣିବା ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା ଚନ୍ଦନ। ଆଉ ଏଥିପାଇଁ ସେମାନେ ଏକ ଘଣ୍ଟା ପୂର୍ବରୁ ସମସ୍ତ ହତିଆର ଲଜରେ ଲୁଚାଇ ରଖିଥିବା ସିସିଟିଭି ଫୁଟେଜେର ସ୍ପଷ୍ଟ ହୋଇଥିଲା।
ପୁରୀ ପୁଲିସ ଷଡଯନ୍ତ୍ରକାରୀ ନିବେଦିତା, ଅସ୍ତ୍ରଶସ୍ତ୍ର ରଖିଥିବା ଲଜର କର୍ମଚାରୀ କମଳାକାନ୍ତ ଦାସ, ହତ୍ୟାକାରୀ ଜଗାର ଭାଇ ସୋମନାଥ ଭଟ୍ଟ, ଅପରାଧୀଙ୍କୁ ଘରେ ରଖିଥିବା ପ୍ରଫୁଲ ବେହେରା ଓ ରବିନ୍ଦ୍ର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିରେ ଦୁଇ ସାମ୍ବାଦିକ ସମ୍ପୃକ୍ତ ଥଇବା ଚର୍ଚ୍ଚା ହୋଇଥିଲା।
puri | court
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/31/sWvKpwNFuLyJfhuxHG4q.jpg)