ଉଲୁଣ୍ଡା: ସୋନପୁର-ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡ଼ିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଉଲୁଣ୍ଡା ଥାନା ଗୌଡ଼ଗାଁ ଗ୍ରାମର ଆର୍ତ୍ତତ୍ରାଣ ପୁରୋହିତ (୪୦), ପପୁନ ଓରଫ ସଂଜିବ ପାତ୍ର (୪୦) ଏବଂ ହିକୁଡ଼ି ଫାଣ୍ଡି ନିକଟ ନାଏକପଡ଼ା ଗ୍ରାମର ସୁଶୀଳ ନାଏକ (୨୮)। ଏମାନେ ସମେସ୍ତ ବିଦ୍ୟୁତ୍ ବିଭାଗର କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ହାଇୱା ଗାଡ଼ିର ଡ୍ରାଇଭର ଓ ହେଲପର ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ସନ୍ଧ୍ୟାରେ ସିଣ୍ଢୋଲ ଅଂଚଳରୁ ବିଦ୍ୟୁତ୍ ବିଲ୍ ସଂଗ୍ରହ କରି ବଲେରୋରେ ବିଭାଗୀୟ କର୍ମଚାରୀମାନେ ଉଲୁଣ୍ଡା ଅଫିସକୁ ଫେରୁଥିଲେ। ଏହି ସମୟରେ ଉଲୁଣ୍ଡା ପଟରୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ବଲେରୋକୁ ଧକ୍କା ଦେବା ସହିତ ରାସ୍ତାପାର୍ଶ୍ୱର ଏକ ଗଛରେ ବାଡ଼େଇ ହୋଇଥିଲା। ଦୁର୍ଘଟଣା ଫଳରେ ଉଭୟ ବଲେରୋ ଏବଂ ହାଇୱା ରାସ୍ତା ଉପରେ ଓଲଟି ପଡ଼ିଥିଲା। ବଲେରୋ ଚାଳକ ସୁଶୀଳ ନାଏକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପପୁନଙ୍କୁ ଉଲୁଣ୍ଡା ଡାକ୍ତରଖାନା ଏବଂ ଆର୍ତ୍ତତ୍ରାଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଥିଲେ।
ସିଣ୍ଢୋଲ ଅଂଚଳରୁ ବିଦ୍ୟୁତ୍ ବିଲ୍ ସଂଗ୍ରହ କରି ବଲେରୋରେ ବିଭାଗୀୟ କର୍ମଚାରୀମାନେ ଉଲୁଣ୍ଡା ଅଫିସକୁ ଫେରୁଥିଲେ। ଏହି ସମୟରେ ଉଲୁଣ୍ଡା ପଟରୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ବଲେରୋକୁ ଧକ୍କା ଦେବା ସହିତ ରାସ୍ତାପାର୍ଶ୍ୱର ଏକ ଗଛରେ ବାଡ଼େଇ ହୋଇଥିଲା।
ସେହିପରି ହାଇୱା ଚାଳକ ଏବଂ ହେଲପରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ଉଲୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବଲେରୋ ଏବଂ ହାଇୱା ଜବତ କରିବା ସହିତ ତଦନ୍ତ ଜାରି ରଖିଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଗ୍ରାମବାସୀ ମୃତକମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଉଲୁଣ୍ଡା ଡାକ୍ତରଖାନାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଛି।
Accident | Subarnapur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/26/iOPuv5qN0ba0EcQi2A1g.jpg)