ରାଉରକେଲା: ଫୁଟବଲ କ୍ରୀଡ଼ା ଜଗତରେ ପୁଣିଥରେ ଚମକିଛି ରାଉରକେଲା ସ୍ପୋର୍ଟ୍ସ ଆସୋସିଏସନ(ଆର୍ଏସ୍ଏ)। ଏଠାରେ ପ୍ରଶିକ୍ଷଣ ନେଉଥିବା ତିନିଜଣ ଖେଳାଳି ୨୦ ବର୍ଷରୁ କମ୍ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି। ଏହି ତିନି ଖେଳାଳି ହେଉଛନ୍ତି ରକି ମାଝୀ, ରୋହିତ କିସାନ ଓ ସୁର ସିଂ ପୂର୍ତ୍ତି। ସଂପ୍ରତି ଓଡ଼ିଶା ଦଳ ଛତିଶଗଡ଼ର ନାରାୟଣପୁରଠାରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ଆୟୋଜିତ ବିବେକାନନ୍ଦ ଟ୍ରଫିରେ ଭାଗନେଇଛି।
ଉଲ୍ଲେଖଯୋଗ୍ୟ, ରକି ଓ ରୋହିତ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ସୁର ସିଂ ପୂର୍ତ୍ତି ହେଉଛନ୍ତି ଯାଜପୁର ଜିଲ୍ଲାର ମୂଳ ବାସିନ୍ଦା। ଏମାନେ ଆର୍ଏସ୍ଏର ମୁଖ୍ୟ ପ୍ରଶିକ୍ଷକ ଆବୁଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଏହି ଖେଳାଳିମାନେ ଗତ ଦୁଇବର୍ଷ ହେଲା ଆର୍ଏସ୍ଏର ଫୁଟବଲ ଦଳ ‘ରାଉରକେଲା ରେଡ୍’ର ପ୍ରତିନିଧିତ୍ୱ କରି ରାଜ୍ୟ ତଥା ସର୍ବଭାରତୀୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଆସୁଛନ୍ତି। ଏହି ସଫଳତା ପାଇଁ ସଂଗଠନର ସଭାପତି ମିହିର ରାୟ, ସାଧାରଣ ସମ୍ପାଦକ ସୁବାଷ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/22/AEng0UeAwep66YxZFF00.jpg)