ନବରଙ୍ଗପୁର: ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଏ-୧ ତାଲିକାରେ ନବରଙ୍ଗପୁର ଜିଲ୍ଲାର ୫ଜଣଙ୍କ ମଧ୍ୟରେ ୩ଜଣ ସରକାରୀ ବିଦ୍ୟାଳୟର ରହିଥିବା ବେଳେ ଘରୋଇ ବିଦ୍ୟାଳୟର ୨ଜଣ ରହିଛନ୍ତି। ଜିଲ୍ଲାରେ ୨୨୯ଟି ପରୀକ୍ଷା କେନ୍ଦ୍ରରେ ୧୭୦୦୮ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧୬୧୮୭ଜଣ ୯୫.୧୭ପ୍ରତିଶତ ପିଲା ପାସ୍ କରିଛନ୍ତି।  

Advertisment

ନବରଂଗପୁର ଜିଲ୍ଲାରେ ଏ-୧ ଶ୍ରେଷ୍ଠ ତାଲିକାରେ ଥିବା ୫ଜଣଙ୍କ ମଧ୍ୟରୁ ତିନି ଛାତ୍ରଛାତ୍ରୀଙ୍କୁ ଶନିବାର ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରବର ସାହୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତତ କରିଥିଲେ। 

 

ଏଥିରେ ଜିଲ୍ଲା ଟଫର ବଡକୁମାରୀର ବ୍ଲକଗ୍ରାଣ୍ଟ କଳିଙ୍ଗା ହାଇସ୍କୁଲର କିଶୋର ଟୋଲଟିଆ ୫୬୦ମାର୍କ(୯୩.୩୩), ସରକାରୀ ଉଚ୍ଚବିଦ୍ୟାଳୟ କୋଷାଗୁମୁଡାର ମନୋରଂଜନ ପଣ୍ଡା ୫୪୩(୯୦.୫), ସରସ୍ବତୀ ଶିଶୁ ମନ୍ଦିର ନୂଆଗଡ଼ ବିଦ୍ୟାଳୟର ଆଶୁତୋଷ ପାଣିଗ୍ରାହୀ ୫୪୯(୯୧.୫)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଡିଏସଏସ୍ ଚିତ୍ତରଂଜନ ପଟ୍ଟନାୟକ, ଆଇପିଇ ପ୍ରଭାତ ପଟ୍ଟନାୟକ, ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରସନ୍ନ କୁମାର ବସ୍ତିଆଙ୍କ ସହ ଅନ୍ୟ ତିନି ହାଇସ୍କୁଲର ପ୍ରଧାନ ଶିକ୍ଷକ ଏହି ସମ୍ବର୍ଦ୍ଧନା ଉତ୍ସବରେ ଭାଗ ନେଇଥିଲେ। 

Education | BSE Odisha