ଏରସମା: ଜଗତସିଂହପୁରଜିଲ୍ଲା ଏରସମା ବର୍ତ୍ତମାନ ବିପଦ ସମ୍ମୁଖକୁ ଠେଲି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ଦ୍ବାରା ସମୁଦ୍ରରେ ପରିବର୍ତନ ଦେଖାଦେଇଛି। ଆଜି ଲହଡା ପାଣି କୂଳ ଲଙ୍ଘିବା ସହ ଆଗକୁ ମାଡି ଆସିଛି। ଗତବର୍ଷ ମେ ମାସରେ ସମୁଦ୍ର ପାଣି ଆସିଥିଲା। ପରେ ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଏଠାକୁ ଆସି ତଦନ୍ତ କରିଥିଲେ।
ଏରସମାକୁ ଲାଗିରହିଥିବା ସମୁଦ୍ର ଦିନକୁ ଦିନ କୂଳ ଲଙ୍ଗିବାରେ ଲାଗିଛି। ସମୁଦ୍ରକୁ ଲାଗିରହିଥିବା ଗାଁ ଗୁଡ଼ିକ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ତରଫରୁ କୌଣସି ସଚେତନତା କରାଯାଇନାହିଁ। ପୂର୍ବରୁ ଅନେକବାର ସମୁଦ୍ରର କୂଳେକୂଳେ ତଥା ହାୱାଖାନାରୁ ଜଟାଧାରୀ ମୁହାଁଣ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ ପାଇଁ ଏରସମାବାସୀ ତଥା ଉପକୂଳ ସୁରକ୍ଷା ସମିତି ତରଫରୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ହୋଇପରିଲା ନାହିଁ।
ସମୁଦ୍ର କୂଳେ ରହିଥିବା ଝାଉଁବଣ କ୍ଷୟ ହେବାରେ ଲାଗିଛି। ତାହା ସହିତ କିଛି ଦିନ ପୁର୍ବରୁ ଜଗତସିଂହପୁର ଜିଲ୍ଲାର ଗର୍ବ ଓ ଗୌରବ ଶିଆଳି ବେଳାଭୁମିର ପରିଚୟ ଭ୍ୟୁ ଟାୱାର ସମୁଦ୍ର କୂଳ ଲଂଘିବାରୁ ସମୁଦ୍ରର ଢେଉମାଡ଼ରେ ଭ୍ୟୁ ଟାୱାରର ତଳ ଅଂଶ ଖାଇଗଲାପରେ ପ୍ରଶାସନ ପକ୍ଷରୁ ବିପଦସଂକୁଳ ଘର ଭାବେ ତାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା। ହାୱାଖାନାଳଠାରୁ ରାମତରା ପର୍ଯ୍ୟନ୍ତ ଦୀର୍ଘ ୩କିମି ପଡ଼ିରହିଛି। ସମୁଦ୍ର କୂଳେକୂଳେ ପଥରବନ୍ଧ ନିର୍ମାଣ କରାଯିବା ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ଜୁଆରକୁ ଅଟକାଇ ପାରିବ ଏବଂ ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଯାଇ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତମାନେ ମତ ଦେଇଥିଲେ।
ଝାଉଁବଣ କ୍ଷତି ହେବାରେ ବସିଲାଣି। ପର୍ଯ୍ୟଟନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି। କେତେବେଳେ ଯେ ସିଆଳି ସହ ପଦ୍ମପୁର ଓ ଗଡ଼ ହରିଶପୁର ପଂଚାୟତର କେତେକ ଗାଁ ପାଣିରେ ଲୀନ ହେବ ତାହା ଜଣାପଡ଼ିବନି। ତୁରନ୍ତ ସମୁଦ୍ର କୂଳେକୁଳେ ପଥର ବନ୍ଧ ନିର୍ମାଁଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ଏହି ବିଷୟରେ ସ୍ଥାନୀୟ ସରଂପଚ କହିଥିଲେ ପାଣି କୁଳ ଲଙ୍ଘିଚି ସତ। ତୁରନ୍ତ ସମୁଦ୍ର କୂଳେ କୁଳେ ପଥରବନ୍ଧ ନିର୍ମାଣ ନ କରାଗଲେ ସ୍ଥାନୀୟ ଅଂଚଳରେ ବୁଡ଼ିଯିବ।
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/23/siala-2025-07-23-20-41-50.jpg)