ଛତ୍ରପୁର: ଖରିଫ ଋତୁ ଜାରି ରହିଛି। ଚାଷୀମାନେ ଏବେ ଖେତରେ ଚାଷକାମରେ ବ୍ୟସ୍ତ ରହୁଛନ୍ତି। ଏହାରି ମଧ୍ୟରେ ଅନେକ ଅଘଟଣ ଘଟୁଥିବା ଦୃଷ୍ଟିଗୋଚର ହେଉଛି। ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ବଜ୍ରାଘାତରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭିଂପୁର ଗ୍ରାମର କୁନି ଗୌଡ଼ (୪୨) ଓ ନିରୁପମା ଗୌଡ଼ (୩୫) ଏବଂ ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁର ମିନି ଗୌଡ଼ (୪୭)। 

Advertisment

ସୂଚନାନୁଯାୟୀ କୁନି, ନିରୁପମା ଓ ମିନି ଆଜି ଅପରାହ୍‌ଣରେ ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ସରଭିଂପୁର ଗ୍ରାମ ନିକଟ ଚାଷଜମିରେ ଧାନ ତଳି ରୋଉଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

Lightning