ରାଉରକେଲା: ସଫେଇ ଆଳରେ ସୁନାଅଳଙ୍କାର ଲୁଟ୍ ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ମୁଖ୍ୟବିଚାରବିଭାଗୀୟ ବିଚାରପତି (ଏସିଜେଏମ୍) ଦୋଷୀକୁ ୩ବର୍ଷ ଜେଲ୍ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀମାନଙ୍କ ସାକ୍ଷ୍ୟପ୍ରମାଣ ଓ ସରକାରୀ ଓକିଲଙ୍କ ବଳିଷ୍ଠଯୁକ୍ତି ଆଧାରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଅମିତ କୁମାର ସାହା। ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି।
ସେକ୍ଟର-୨ରେ ଶୁଭଶ୍ରୀ ବେହେରା ପରିବାର ସହ ରହନ୍ତି। ଗତ ୨୦୨୪ ମେ ୨୫ ତାରିଖ ଦିନ ପ୍ରାୟ ୧୧ଟାରେ ଦୁଇଜଣ ଅଜଣା ଯୁବକ ଶୁଭଶ୍ରୀଙ୍କ ଘରେ ପହଞ୍ଚିଥିଲେ। ସେମାନେ ସୁନା ସଫେଇ ପାଉଡର ବିକିବାକୁ ଆସିଛନ୍ତି ବୋଲି କହିଥିଲେ। ପୁରୁଣା ସୁନା କିପରି ଚକ୍ଚକ୍ କରି ତା’ ମଧ୍ୟ ସଫା କରି ଦେଖାଇବେ ବୋଲି କହିଥିଲେ। ଦୁଇ ଅଜଣା ଯୁବକଙ୍କ କଥାରେ ବିଶ୍ବାସ କରି ଶ୍ରୀମତୀ ବେହେରା ତାଙ୍କର ସୁନା କାନଫୁଲ ଓ ତାଙ୍କ ନଣଦଙ୍କ କାନଫୁଲକୁ ସଫା କରିବାକୁ ଦୁଇ ଯୁବକଙ୍କୁ ଦେଇଥିଲେ।
କାନଫୁଲଗୁଡ଼ିକୁ ପାଉଡର ମିଶା ପାଣିରେ ପକାଇ ଦେବାକୁ ତାହା ତରଳି ଯାଇଥିଲା। ତରଳସୁନାକୁ ଏକ ଜାଗଜରେ ମୋଡି ଶ୍ରୀମତୀ ବେହେରାଙ୍କ ହାତକୁ ଧରାଇ ଦେଇଥିଲେ। କିଛି ସମୟ ପରେ ଖୋଲିବାକୁ କହି ସେଠାରୁ ଚାଲିଯାଇଥିଲା।
ଶ୍ରୀମତୀ ବେହେରା କିଛି ସମୟ ପରେ କାଗଜକୁ ଖୋଲିବାରୁ ସେଥିରେ ପଥର ଖଣ୍ଡ ଥିବା ଦେଖିବାକୁ ପାଇଥିଲେ। ଠକାମୀ ଶିକାର ହୋଇଥିବା ଜାଣିବା ପରେ ଶ୍ରୀମତୀ ବେହେରା ସେକ୍ଟର-୩ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଅମିତ କୁମାର ସାହାଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ଅକ୍ଷୟ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)