ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଠାରେ ଅଦିନିଆ ଝଡ଼ ବର୍ଷାରେ ଗଛ ପଡ଼ି ୩ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ ସାଇରାମ ସିଂ(୨୮), ପପୁ ସିଂ (୨୪) ଓ ତୁଫାନ ସିଂ (୨୫)।
ସୂଚନା ମୁତାବକ ନୂଆଗାଁ ଠାରେ ଏକ ଯାତ୍ରାପାର୍ଟି ‘ଅପେରା ଓମଶ୍ରୀ’ ପଡ଼ିଥିବା ବେଳେ ଯାତ୍ରାପାର୍ଟିର କିଛି କର୍ମଚାରୀ ଏକ ଟ୍ରକ୍ ଟ୍ରଲିରେ ପାଲ ମାରି ବସିଥିଲେ। ଉକ୍ତ ସମୟରେ ଝଡ଼-ବର୍ଷା ହେବ କାରଣରୁ ସେଠାରେ ଥିବା ଏକ ବୃହତ ଗଛ ଭାଙ୍ଗି ଟ୍ରକ ଉପରେ ପଡିବା କାରଣରୁ ଟ୍ରକ ମଧ୍ୟରେ ବସିଥିବା ୩ଯୁବକ ସାଇରାମ ସିଂ, ପପୁ ସିଂ ଓ ତୁଫାନ ସିଂ ଆହତ ହୋଇଥିଲେ। ତାଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି।
ଯାତ୍ରାପାର୍ଟି ‘ଅପେରା ଓମଶ୍ରୀ’ ପଡ଼ିଥିବା ବେଳେ ଯାତ୍ରାପାର୍ଟିର କିଛି କର୍ମଚାରୀ ଏକ ଟ୍ରକ୍ ଟ୍ରଲିରେ ପାଲ ମାରି ବସିଥିଲେ। ଉକ୍ତ ସମୟରେ ଝଡ଼-ବର୍ଷା ହେବ କାରଣରୁ ସେଠାରେ ଥିବା ଏକ ବୃହତ ଗଛ ଭାଙ୍ଗି ଟ୍ରକ୍ ଉପରେ ପଡିବା କାରଣରୁ ୩ଯୁବକ ଆହତ ହୋଇଛନ୍ତି।
ଉକ୍ତ ଘଟଣା ସମ୍ପର୍କରେ ପତ୍ରିପାଳ ସରପଞ୍ଚ ତଥା ବିଧାୟକ ପାର୍ଥୀ ବିଦ୍ୟାସ୍ମିତା ମହାଳିକ ଓ ତାଙ୍କ ପ୍ରତିନିଧି ଅଜୟ କୁମାର ମହାଳିକ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ନିଜସ୍ୱ କାରରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ।