ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରୂପ ଦେଖାଯାଇଛି। ଉପଖଣ୍ଡର ରାଇରଙ୍ଗପୁର ପୌରପରିଷଦ, ରାଇରଙ୍ଗପୁର ବ୍ଲକ୍, ବିଜାତଳା, କୁସୁମୀ, ଜାମଦା, ବହଳଦା ପ୍ରଭୃତି ବ୍ଳକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଝଡ଼ ତୋଫାନ, ବର୍ଷା ସହିତ କୁଆ ପଥର ମାଡ ଯୋଗୁଁ ବହୁ ଲୋକଙ୍କ ଛପର ଉଡିଯାଉଥିବା ବେଳେ କିଛି ଲୋକଙ୍କ ଛାତ ଓ ଛପର ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।
କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି। ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଞ୍ଚାଲରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି। ଏପରିକି ରାଇରଙ୍ଗପୁର ସହରରେ ମଧ୍ୟ ରିପୋର୍ଟ ଲେଖା ହେବା ସୁଦ୍ଧା ବିଦ୍ୟୁତ୍ ଆସିନଥିବା ସୂଚନା ମିଳିଛି। ସନ୍ଧ୍ୟା ସମୟ ହୋଇଥିବାରୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ତେବେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ବନ୍ ବିଭାଗ ବିଭିନ୍ନ ସ୍ଥାନରେ ପଡ଼ିଥିବା ବଡ଼ବଡ଼ ଗଛ ସଫା କରୁଥିବା ଦେଖିବାକୁ ମିଳିଛି।
/sambad/media/media_files/2025/03/20/img-20250320-wa0588-151283.jpg)
କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି। ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଞ୍ଚାଲରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ସୂଚନା ମିଳିଛି ଯେ ୧୯ ରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ ଏବଂ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ନେଇ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ହେବା ସହ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭବନା ରହିଥିବା ନେଇ ପୂର୍ବାନୁମାନ କରାଯାଇଥିଲା।
/sambad/media/media_files/2025/03/20/7HRGbYYo1DSNUdX5GW0I.jpg)
ସେହିପରି ଉପଖଣ୍ଡର ବିଶୋଇ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର ଉପରେ ଗଛ ପଡିବା ସହିତ ବିଭିନ୍ନ ଅଞ୍ଚକରେ କୁଆପଥର ମାଡ଼ ଯୋଗୁ ବହୁ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ବିଶୋଇ ପଞ୍ଚାୟତର ମାଝୀସାହି ଗ୍ରାମର ସୁମିତ୍ରା ହେମ୍ବ୍ରମଙ୍କ ଦୁଇ ବଖରା ବିଶିଷ୍ଟ ଆଜବେଷ୍ଟସ୍ ବାସଭବନ ଉପରେ ଏକ ବୃହତ ଗଛ ପଡିଯିବା ଯୋଗୁ ଗୃହର ଆଜବେଷ୍ଟସ୍ ଚୁରମାର ସାଙ୍ଗକୁ ଓ ଘରର କାଂଥ କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ସୌଭାଗ୍ୟବଶତଃ ଉକ୍ତ ଘର ମଧ୍ୟରେ ଶୋଇଥିବା ସୁମିତ୍ରାଙ୍କ ପୁଅ ଓ ଝିଅ ଘଟଣାରୁ ସାମାନ୍ୟ ବର୍ତ୍ତି ଯାଇଥିଲେ।
ସେହିପରି ଖଡ଼ମବେଡା ପଞ୍ଚାୟତ ଅଞ୍ଚଳରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ଦେଓପଟା ଓ ମୂଷାମାରି ଗ୍ରାମରେ କୁଆପଥର ମାଡ଼ ଯୋଗୁ ଅନେକ ଲୋକଙ୍କ ବାସଗୃହ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି।ବଡ଼ ବଡ଼ କୁଆପଥର ମାଡ଼ ଯୋଗୁ ଦେଓପଟା ଗ୍ରାମର ହାରପାଲ ମାର୍ଣ୍ଡିଙ୍କ ଘର ଭାଙ୍ଗି ଘର ମଧ୍ୟରେ ଥିବା ୬ ଗୋଟି ଛେଳି ଓ ନରସିଂ ହାଁସଦାଙ୍କ ୩ ଗୋଟି ଛେଳି ମୃତ୍ୟୁ ବରଣ କରିଛନ୍ତି।
ଏଥିସହିତ କୁଆପଥର ମାଡ଼ ଯୋଗୁ ଖଡ଼ମବେଡା ପଞ୍ଚାୟତର ଖଡ଼ମବେଡା, ମୂଷାମାରି, ପୁଣ୍ଡିଦା, ଦେଓପଟା, ଦୁଧକୁଣ୍ଡି,ରାଜାବସା ଗ୍ରାମର ଏକାଧିକ ଲୋକଙ୍କ ବାସଗୃହ ଭାଙ୍ଗି ଚୁରମାର ହେବା ସହିତ ଅନେକ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଉଛନ୍ତି।କ୍ଷତିଗ୍ରସ୍ତ ପରିବାର ସମସ୍ତ ଗରିବ ଶ୍ରେଣୀର ଥିବାବେଳେ ଯଥାଶୀଘ୍ର କ୍ଷତି ପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
Weather | IMD | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/20/59d4566c-900c-4ccd-98c7-415ac1784ac6-851934.jpg)
