ଦେବଗଡ଼: ଦେବଗଡ ଜିଲ୍ଲାରେ ଆଜି ସଂଧ୍ୟାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ଓ ବଜ୍ରପାତ ହୋଇଥିଲା।ବଜ୍ରପାତରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତା ନାବାଳିକା ହେଲେ ରିଆମାଳ ବ୍ଲକର ଚୁଆଖୋଳ ଗ୍ରାମର ରାଜୀବ ବେହେରାଙ୍କ ଝିଅ ଶ୍ରୁତି (୧୦)।
ଶ୍ରୁତି ଆଜି ସଂଧ୍ୟା ସମୟରେ ଶୌଚ ପାଇଁ ଯାଇ ଫେରୁଥିବା ବେଳେ ବଜ୍ରପାତ ଯୋଗୁଁ ଅଚେତ୍ ହେ।ଇ ପଡ଼ିଯାଇଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାପାଇ ପୁଲିସ୍ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାପାଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ମେଡିକାଲ ରେ ପହଞ୍ଚି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ।
କାଳବୈଶାଖୀ ପ୍ରଭାବରେ ଆଜି ସଂଧ୍ୟାରେ ପ୍ରବଳ ପବନ ସହ ବର୍ଷା ଓ ବଜ୍ରପାତ ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଦେବଗଡ଼ ପୌରାଚଂଳର ପୁରୁଣାଗଡ଼ ପେଟ୍ରୋଲ ପମ୍ଫସାହିରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଯାଇଛି। ଏହାସହିତ ରାଂଚି-ବିଜୟୱାଡା ଜାତୀୟ ରାଜପଥର ସୌରଭ ପେଟ୍ରୋଲ ପମ୍ଫ ନିକଟରେ ୫ରୁ ଊର୍ଦ୍ଧ୍ବ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇ ରାସ୍ତା ଉପରେ ବିଦ୍ୟୁତ ତାର ପଡ଼ିରହିଛି। ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଖବରପାଇ ଟିପିଡବ୍ଲୁଓଡିଏଲର କର୍ମଚାରୀମାନେ ଘଟଣାସ୍ଥଳରେ ପଂହଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ସହରରେ ବିଦ୍ୟୁତ ସରାବରାହ ଠପ ହୋଇଯାଇଛି।
/sambad/media/media_files/2025/06/04/thunder-storm-in-deogarh1-869294.jpg)
ସେହିପରି ପୌରାଚଂଳର ନୀଳବେଣୀସାହିରେ ଗଛ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ସୁମନ୍ତ ଲୁହା। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତିଲେଇବଣି ବ୍ଲକର କଲଣ୍ଡା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଖବରପାଇ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହିତ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ଦାବି କରିଛନ୍ତି। ସେହିପରି ପୌରାଚଂଳର ବିଭିନ୍ନ ସ୍ଥାନରେ ଗଛ ପଡି ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି। ଜିଲ୍ଲାର ରିଆମାଳ ଅଞ୍ଚଳରେ ମଧ୍ୟ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/04/thunder-storm-in-deogarh-505408.jpg)