ଜଳେଶ୍ବର: ଖଡ଼ଗପୁର ରେଳବାଇ ଡିଭିଜନ ପକ୍ଷରୁ ନିୟୋଜିତ ଏକ ସ୍ୱତନ୍ତ୍ର ଟିମ ଏକାଧିକ ଗୋଷ୍ଠୀ ରେ ବିଭକ୍ତ ହୋଇ ଆଜି ଡିଭିଜନ ଅଧିନରେ ଥିବା ବିଭିନ୍ନ ରେଳ ରୁଟ ରେ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ଓ ଏକ୍ସପ୍ରେସ ଟ୍ରେନ ଉପରେ ଚଢାଉ କରି ଟିକେଟ ଯାଞ୍ଚ କରିଛନ୍ତି। ବାଣିଜ୍ୟିକ ନିରୀକ୍ଷକ ଏବଂ ଟିକେଟ ଯାଞ୍ଚ ସ୍କ୍ୱାର୍ଡର ସଦସ୍ୟମାନଙ୍କୁ ନେଇ ଗଠିତ ଏହି ଟିମ ୧୨୫୦୩, ୧୨୫୦୪, ୧୨୭୦୩, ୧୨୮୬୪, ୧୨୦୭୩, ୧୨୦୭୪, ୧୨୮୬୦, ୧୨୮୫୯, ୧୨୬୬୩ ଓ ୧୨୮୪୧ ନମ୍ବରର ଟ୍ରେନ ଗୁଡ଼ିକରେ ଚଢାଉ କରିଥିଲା।
ଚଢାଉ ହୋଇଥିବା ରୁଟ୍ ଗୁଡିକ ହେଉଛି ଖଡ଼ଗପୁର-ବାଲେଶ୍ଵର, ଖଡ଼ଗପୁର-ଟାଟା ଓ ଖଡ଼ଗପୁର-ହାଓ୍ବଡା। ଚଢଉ ସମୟରେ ବିନା ଟିକେଟରେ ଓ ଅନୁପଯୁକ୍ତ ଟିକେଟରେ ଯାତ୍ରା କରୁଥିବା ୩୬୨ ଜଣ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ଠାରୁ ଘଟଣାସ୍ଥଳରୁ ୧ ଲକ୍ଷ ୯୬ ହଜାର ୨୩୫ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି।
ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗର ରାଜସ୍ବ କ୍ଷତି ହେଉଥିବାରୁ ଏପରି ଅନୈତିକ ଅଭ୍ୟାସକୁ ରୋକିବା ପାଇଁ ଆଗାମୀ ଦିନରେ ନିୟମିତ ଭାବରେ ଏପରି ଅଭିଯାନ ଜାରି ରହିବ ବୋଲି ଖଡ଼ଗପୁର ଡିଭିଜନ ର ଅଧିକାରୀ ଶାନ୍ତନୁ ତିଓ୍ବାରୀ ସୂଚନା ଦେଇଛନ୍ତି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/24/jaleswar-2025-08-24-20-52-00.jpg)