ବୌଦ୍ଧ: ଆଜି ସକାଳେ ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ଗୋଟିଏ ଗାଈକୁ କେହି ମାରି ଖାଇଥିବା ଏବଂ ନିକଟସ୍ଥ ଜଙ୍ଗଲରେ ବାଘର ପାଦଚିହ୍ନ ସହ ମଳ ଦେଖିବାକୁ ମିଳିଛି। ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜର ନାରଣପ୍ରସାଦ ସେକ୍ସନ ଅନ୍ତର୍ଗତ ସମାକୂପାରେ ଏହା ଦେଖିବାକୁ ମିଳିଛି।
ଗାଈ ଛେଳି ହଜି ଯାଉଥିଲେ
ସୂଚନା ମୁତାବକ ଗତ ଦୁଇ ତିନି ଦିନ ହେଲା ସମାକୁପା ଅଞ୍ଚଳରେ ଏକ ବାଘର ପାଦ ଚିହ୍ନ ଗ୍ରାମବାସୀ ଦେଖିବାକୁ ପାଉଥିଲେ। ଏପରିକି ପ୍ରତିଦିନ ଗାଁ ରୁ ଜଙ୍ଗଲକୁ ଚରିବାକୁ ଯାଇଥିବା ଗାଈଗୋରୁଙ୍କ ମଧ୍ୟରୁ ଗୋଟେ ଦୁଇଟି ଗାଈ ଛେଳି ହଜି ଯାଉଥିଲେ। ଗ୍ରାମବାସୀ ଖୋଜିବାକୁ ଯାଇ ଜଙ୍ଗଲରେ ସେମାନଙ୍କ ମୃତଦେହର ଅବଶେଷ ଦେଖିବା ସହ ବାଘର ପାଦ ଚିହ୍ନ ଓ ମଳ ମଧ୍ୟ ଦେଖିବାକୁ ପାଇଛନ୍ତି।
ଆହୁରି ପଢନ୍ତୁ- Important Meeting BJP: ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ଵାର ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ତେବେ ପାଦ ଚିହ୍ନ କାହାର ତାହା ତଦନ୍ତ ସାପେକ୍ଷ। ବନବିଭାଗ ଏଥିପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/untitled-2025-12-10-13-45-56.png)