ବାରିପଦା: ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଜିନ୍ନତକୁ ଛଡ଼ାଯାଇଛି। ଏନକ୍ଲୋଜର ଭିତରେ ପ୍ରବେଶ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ ବର୍ଷ ହୋଇଥିବା ବେଳେ ଏହାର ନାମ ଜିନତ ରଖାଯାଇଛି।
ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ଗୁରୁବାର ଜିନତ ଶିମିଳିପାଳରେ ପହଞ୍ଚିଥିଲ।, ଆଜି ବାଘୁଣୀକୁ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି । କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିଲା। ଯମୁନା ଏବେ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/15/9mUZNJHo2IlVh7UiCeQm.png)