ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ଷ୍ଟାଡିୟମଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତିନି ଦିନ ଧରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ  ଅଗଷ୍ଟ ୭ ରୁ  ୯ ତାରିଖ ପର୍ଯ୍ୟନ୍ତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ସରପଞ୍ଚ ଟିମ୍ ଓ ଗାଜାଳ ବାହା ମଧ୍ୟରେ ହୋଇଥିଲା। ସେଥିର ସରପଞ୍ଚ ଟିମ୍ ୧-୦ ଗୋଲରେ ବିଜୟ ହୋଇଥିଲା। ସେହିପରି ଫାଇନାଲ ମ୍ୟାଚରେ ତିରିଂ ଫୁଟବଲ ଦଳ ଓ ବାଦାମପାହାଡର ରୋହିତ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫ୍ଲେଣ୍ଟି ପ୍ଯାକ୍‌ରେ ରୋହିତ ଏକାଦଶ ଦଳକୁ ତିରିଂ ଫୁଟବଲ ଟିମ୍  ୫-୪ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା।

Advertisment

ପ୍ରଥମ ପୁରସ୍କାର ୪୦ ହଜାର ଓ  ଟ୍ରଫି, ରନର୍ସଅପ୍ ଟିମ୍ ବାଦାମପାହାଡର ରୋହିତ ଏକାଦଶକୁ ୩୦ ହଜାର ଓ ଟ୍ରଫିର ହକଦାର ହୋଇଥିଲେ। ସେହିପରି ୩ୟ ସ୍ଥାନରେ ସୋରେନ ଷ୍ଟାର ୪ର୍ଥ ସ୍ଥାନ ଅଧିକାର କରିଥିଲେ ୟଙ୍ଗ୍ ଫାଷ୍ଟାଲ ଫୁଟବଲ ଦଳ ହୋଇଥିଲେ। ଟୁର୍ଣ୍ଣାମେଣ୍ଟର ରେଫରୀ ଭାବେ କମଲ ଭାନୁ କିସ୍କୁ, ସିଦ ଚାନ୍ଦ ଟୁଡୁ, ଦୟାନିଧି ସୋଏ , ମନ୍ ସିଂ ମୁର୍ମୁ  ପ୍ରମୁଖ ପରିଚାଳନା କରିଥିଲେ।  

Rairangpur

ଉଦଘାଟନୀ ଉତ୍ସବର ମୁଖ୍ଯଅତିଥି ଭାବେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ପୂର୍ବତନ ପ୍ରବକ୍ତା ସୁନିଲ କୁମାର ମାଝୀ ଯୋଗଦାନ କରି  ବିଶ୍ବ ଆଦିବାସୀ ଦିବସ  ଅବସରରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ଡ଼ାକ୍ତର  ଡି.ଏନ୍ ଟୁଡୁ  ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ରାଇରଙ୍ଗପୁର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଶ୍ୟାମଚରଣ ହାଁସଦାଃ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ,ତିରିଂ ବ୍ଲକ ଜିଲ୍ଲା ପରିଷଦ ସଭ୍ଯ ପରେଶ ଚନ୍ଦ୍ର ମୁଣ୍ଡା  ଯୋଗଦାନ କରି କୃତିତ୍ବ ଅର୍ଜନ କରିଥିବା ଚମ୍ପିୟାନ ଦଳ ମାନଙ୍କୁ ପୁରସ୍କୃତ କରିଥିଲେ।  

ପ୍ରବକ୍ତା ସୁନିଲ ମାଝୀ ଖେଳାଳିମାନଙ୍କୁ ଉତ୍ତମ ଖେଳିବା ସହିତ  ଖେଳର କୌଶଳକୁ ବୁଜି ବିଚାରୀ ଖେଳି ପାରିଲେ ନିଶ୍ଚିତ  ଜଣେ ଦକ୍ଷ ଖେଳାଳି ହୋଇପାରିବ ବୋଲି କହିଥିଲେ। ଅର୍ଜୁନ ହାଁସଦାଃ ବିଭିନ୍ନ ଭାଷାରେ  ଧାରାବିବରଣୀ ପ୍ରଦାନ କରିଥିଲେ। ଆଦିବାସୀ ଦିବସ ଅବସରରେ ଖେଳକୁ ଆକର୍ଷଣିୟ କରିବାରେ  ଯେଉଁ ମହାନୁଭବମାନେ ଥିଲେ। ଆସେକା ରାଇରଙ୍ଗପୁର, ସିଦହରା ସୁଶାର ଆକାଳା,ଅଲ୍ ଓଡିଶା ମାହାଲି ସଂଗଠନ, ଖେରୱାଳ ଯୁମିଦ ସଂଗଠନ, ଇଣ୍ଡିଆନ ଏକ୍ସ ଆର୍ମୀ ଆଦିବାସୀ ସଂଗଠନ, ଅଲ୍ ଓଡ଼ିଶା ମାଝୀ ପାରଗାନା ଆଦିବାସୀ ସଂଗଠନ, ଆଦିବାସୀ ଜୀବନ ବୀମା ସଂଗଠନ, ଆଦିବାସୀ ଓକିଲ ସଂଘ ଓ ବାମନଘାଟୀ ଉପଖଣ୍ଡ ସରପଞ୍ଚ ଓ ପି ଏସ୍ ଆଦିବାସୀ ସଂଗଠନ  ପ୍ରମୁଖଙ୍କ ସାହାଯ୍ଯ ସହଯୋଗ ରହିଥିଲା।  

Mayurbhanj