ରାଉରକେଲା: ବୁଧବାର ଦିବ୍ୟାଙ୍ଗମାନଙ୍କ ପାଇଁ ଦିନଟିଏ। ଏହି ଦିନ ସାରା ବିଶ୍ବରେ ପାଳନ ହେବାକୁ ଯାଉଛି ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ। ସେମାନଙ୍କୁ ସମାଜର ମୁଖ୍ୟସୋତ୍ରରେ ସାମିଲ କରିବାକୁ ସଭାସମିତିରେ ପ୍ରତିବର୍ଷ ହୋଇଥାଏ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା। ମନ୍ତ୍ରୀଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଦିବ୍ୟାଙ୍ଗଙ୍କ ସମ୍ପର୍କରେ ଅନେକ କିଛି କଥା କହିଥାନ୍ତି। ପରବର୍ତ୍ତୀ ସମୟରେ କିନ୍ତୁ ସେମାନଙ୍କ ସମସ୍ୟାକୁ ପାସୋରି ଯାଇଥାନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ସୁନ୍ଦରଗଡ଼ ଦିବ୍ୟାଙ୍ଗ ଯୋଜନା ବାଟବଣା ହୋଇଛି। ସରକାରଙ୍କ ପ୍ରସ୍ତାବ ନ ଦେବା ଓ ସଠିକ୍ ଭେଣ୍ଡର ମିଳୁ ନଥିବାରୁ ଜିଲ୍ଳାର ଅଧିକାଂଶ ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ସହାୟକ ଉପକରଣ ଦିବା ସ୍ବପ୍ନ ହୋଇଛି।
ସହରର ଦିବ୍ୟାଙ୍ଗ ରାଜେଶ ଲାଲ ଶର୍ମା। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ସହାୟକ ଉପକରଣ ପାଇବାକୁ ବିଭାଗୀୟ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଜଗଦାର ଶିିବାନୀ ଏକ୍କା, ବିଶ୍ରାର ଦୀପିକା ମହାନ୍ତଙ୍କର ମଧ୍ୟ ସେହି ସମାନ ଅବସ୍ଥା। ଏମିତି ଶତାଧିକ ଦିବ୍ୟାଙ୍ଗ ଆବେଦନ କରିଥିଲେ ହେଁ ସହାୟକ ଉପକରଣ ମିଳୁନି। ସୁନ୍ଦରଗଡ଼ର ଅସ୍ଥିଶଲ୍ୟ, ମାନସିକ ଅନଗ୍ରସର, ଅନ୍ଧ, ମୁକ ଓ ବଧିର, ଏମିତି ବିିଭିନ୍ନ ବର୍ଗରେ ୬୦ ହଜାରରୁ ଅଧିକ ଦିବ୍ୟାଙ୍ଗ ଅଛନ୍ତି। ସରକାରୀ ନିୟମ ଅନୁଯାୟୀ ପ୍ରତି ବ୍ଳକ ଓ ସହରାଞ୍ଚଳରେ ବର୍ଷକୁ ଭିନ୍ନକ୍ଷମ ସାମର୍ଥ ଶିବିର କରିବାର ନିୟମ ରହିଛି। ଜିଲ୍ଲାରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ଆହୁରି ପଢ଼ନ୍ତୁ: AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦
୨୦୨୪ରେ ଶିବିର ଅନୁଷ୍ଠିତ ହୋଇନି
ଗତ ୨୦୨୪ରେ ଥରେ ମଧ୍ୟ ସାମର୍ଥ ଶିବିର ଅନୁଷ୍ଠିତ ହୋଇନି। ସାମର୍ଥ ଶିବିରରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯିବା ସହ ସହାୟକ ଉପକରଣ ଦିଆଯାଇଥାଏ। ୨୦୨୨ ଓ ୨୦୨୩ରେ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଛି। ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି କେବଳ ପ୍ରମାଣପତ୍ର ଧରାଇ କାମ ସାରି ଦିଆଯାଇଛି। ଉପକରଣ ଯେମିତି ହୁଇଲ୍ ଚେୟାର, ଟ୍ରାଇ ସାଇକଲ, କ୍ରୁତିମ ଅଙ୍ଗ, ଆଶାବାଡ଼ି, ଶ୍ରବଣଯନ୍ତ୍ର, ଶିକ୍ଷାଉପକରଣ, ଦୃଷ୍ଟହୀନ ବାଡ଼ି, ସ୍ମାର୍ଟଫୋନ୍ ମିଳୁନି। ଭୀମଭୋଇ ସାମର୍ଥ ଅଭିଯାନରେ ସରକାର ପ୍ରତିବର୍ଷ ଜିଲ୍ଲାକୁ ସର୍ବନିମ୍ନ ୧ କୋଟିର ସହାୟତା ଉପକରଣ ଦେବାକୁ ଅର୍ଥ ମଞ୍ଜୁରି କରିଥାନ୍ତି। ବଡ଼ ଜିଲ୍ଲାକୁ ୨ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେଇଥାନ୍ତି। ଏଥିପାଇଁ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ। ତା’ ହେଉ ନଥିବାରୁ ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ମିଳୁପାରୁନି। ତିନି କୋଟି ତ ଦୂରର କଥା, ୩ ଲକ୍ଷର ମଧ୍ୟ ସହାୟକ ଉପକରଣ ମିଳିପାରୁନି। ସରକାର ବଦଳିବା ପରେ ଦିବ୍ୟାଙ୍ଗମାନଙ୍କ ସମସ୍ୟାର କିଛିଟା ପରିବର୍ତ୍ତନ ଆସିବ ବୋଲି ଯେଉଁ ଆଶା କରାଯାଉଥିଲା, ତା’ ହୋପାରୁନି।
ଆହୁରି ପଢ଼ନ୍ତୁ: Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...
ଅନ୍ୟପଟେ ରାଉରକେଲାରେ ୩ଟି, ଲାଠିକଟା ଓ ରାଜଗାଙ୍ଗପୁର ଗୋଟିଏ ଲେଖାଏଁ ଓ ସୁନ୍ଦରଗଡ଼ରେ ଦୁଇଟି ଦିବ୍ୟାଙ୍ଗ ଅନୁଷ୍ଠାନ ରହିଛି। ୭ଟି ଦିବ୍ୟାଙ୍ଗ ଅନୁଷ୍ଠାନରେ ପାଖାପାଖି ୪୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ପାଠପଢ଼ା ସହ ଭୋକେସନାଲ୍ ଟ୍ରେନିଂ ଦିଆଯାଉଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଜରିଆରେ ଦିବ୍ୟାଙ୍ଗମାନେ ସହାୟକ ଉପକରଣ ପାଉଛନ୍ତି। କେବଳ ଭିନ୍ନକ୍ଷମ ଆନ୍ତର୍ଜାତିକ ଦିବସ ପାଳନ କରି କାମ ସାରିଦେଲେ ହେବ, ସେମାନଙ୍କୁ ସମାଜରେ ମୁଖ୍ୟସୋତ୍ରରେ ସାମିଲ କରିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/divyangjan-day-2025-12-03-08-38-17.png)