ଭୁବନେଶ୍ବର: ଆଜି ମା’ଦୁର୍ଗାଙ୍କ ପୀଠେ ମହାଷ୍ଟମୀ ଓ ମଣ୍ଡପରେ ପବିତ୍ର ମହାସପ୍ତମୀ। ଏଥିଲାଗି ଶ୍ରଦ୍ଧାଳୁମାନେ ସକାଳ ସକାଳୁ ପୂଜାମଣ୍ଡପରେ ଭିଡ଼ ଜମେଇଲେଣି। ଆଜି ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ମାଆ ଦୁର୍ଗା ଆଜି ଠାରୁ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି।
ଆଜି ମା’ଦୁର୍ଗାଙ୍କ ପୀଠେ ମହାଷ୍ଟମୀ ଓ ମଣ୍ଡପରେ ପବିତ୍ର ମହାସପ୍ତମୀ। ଏଥିଲାଗି ଶ୍ରଦ୍ଧାଳୁମାନେ ସକାଳ ସକାଳୁ ପୂଜାମଣ୍ଡପରେ ଭିଡ଼ ଜମେଇଲେଣି। ଆଜି ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ମାଆ ଦୁର୍ଗା ଆଜି ଠାରୁ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି।
କଟକ ଓ ଭୁବନେଶ୍ବର ସମେତ ସାରା ରାଜ୍ୟର ବିଭିନ୍ନ ସହରରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଗତକାଲିଠାରୁ ଦ୍ବୈତନଗରୀରେ ପ୍ରବଳ ଜନସମାଗମ ଆରମ୍ଭ ହୋଇଛି। ଆଜିଠାରୁ ଭିଡ଼ ଅଧିକ ବଢ଼ିବ ବୋଲି ଆଶା କରାଯାଉଛି। ରାତିରେ ସୁଦୃଶ୍ୟ ତୋରଣ ଓ ଲାଇଟ ସାଜସଜ୍ଜା ସାଙ୍ଗକୁ ମେଲୋଡି ଲୋକଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଛି।