ମାଲକାନଗିରି: ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଜଂଗଲରେ ବୁଧବାର ସକାଳେ ଏକ ବଡ଼ଧରଣର ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ଉଦୟ ଓ ଅରୁଣା ନିହତ ହୋଇଛନ୍ତି। ଗତ କିଛି ଦିନ ହେଲା ମାଲକାନଗରି ପୁଲିସ ଏବଂ ଆନ୍ଧ୍ର ପୁଲିସ ଅପରେସନ ଉଦୟ ଆରମ୍ଭ କରିଥିଲେ।

Advertisment

ମାଓ ନେତା ଉଦୟ ମାଲକାନଗିରି ଏବଂ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜଂଗଲରେ ବୁଲୁଥିବା ସୂଚନା ମିଳିଥିଲା। ଏନେଇ ପୁଲିସର ତନାଘନା ଆରମ୍ଭ ହୋଇଥିଲା। ଆନ୍ଧ୍ରପ୍ରଦେଶର ମରେଡମଲ୍ଲୀ ଏବଂ ରାମପଚୋଦାବରମ ମଧ୍ୟରେ ଥିବା କୁନ୍ତୁକୁର ଜଂଗଲରେ ୧୬ ଜଣ ନକ୍ସଲ କ୍ୟାମ୍ପ କରି ରହିଥିବା ସୂଚନା ପାଇବା ପରେ ପ୍ରଥମେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ ଚଡାଉ କରିଥିଲେ। ଏପଟେ ମାଲକାନଗିରି ପୁଲିସ ମଧ୍ୟ ଅପରେସନକୁ ଜୋରଦାର କରୁଥିଲା।

ବୁଧବାର ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପ୍ରାୟ ୨୫ ମିନଟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଆନ୍ଧ୍ର ଓଡ଼ିଶା ସୀମାର ଜୋନାଲ କମିଟିର ସଚିବ ତଥା କେନ୍ଦ୍ରୀୟ କମିଟିର ସଦସ୍ୟ ଗଜରଲା ରବି ଓରଫ ଉଦୟ ସମେତ ଆନ୍ଧ୍ର ଷ୍ଟେଟ ଜୋନାଲ କମିଟିର ସଚିବ ତଥା କେନ୍ଦ୍ରୀୟ କମିଟିର ସଦସ୍ୟ ଅରୁଣା ଓ ଏସିଏମ ଅଞ୍ଜୁର ମୃତ୍ୟୁ ଘଟିଛି। ମାଓ ନେତା ଉଦୟ ନାମରେ ଓଡିଶା ସରକାର ୨୫ ଲକ୍ଷ ଟଂକା ଘୋଷଣା କରିଥିବା ବେଳେ ଛତିଶଗଡ ସରକାର ତରଫରୁ ୪୦ ଲକ୍ଷ ଟଂକାର ପୁରସ୍କାର ରହିଥିଲା ଏବଂ ଆନ୍ଧ୍ର ସରକାର ତରଫରୁ ୨୫ ଲକ୍ଷ ଟଂକାର ପୁରସ୍କାର ରହିଥିଲା। 

 

ସେହିପରି ଅରୁଣା ନାମରେ ଓଡ଼ିଶା, ଆନ୍ଧ୍ର ଏବଂ ଛତିଶଗଡ଼ ସରକାରଙ୍କ ତରଫରୁ ୨୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା। ଉଦୟ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଂଚଳରେ କ୍ୟାମ୍ପ କରି ରହୁଥିଲା। ୨୦୧୧ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣର ମୁଖ୍ୟ ଥିଲା। ଉଦୟ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜ ଶେଖର ରେଡ୍ଡୀଙ୍କ ସହ ଶାନ୍ତିବାର୍ତ୍ତା ପାଇଁ ଆଲୋଚନା କରିଥିଲା। ଯାହା ସେତେବେଳ ଚର୍ଚ୍ଚାର ବିଷୟ ପାଲଟିଥିଲା। ନକ୍ସଲ ସଂଗଠନର ପିଏଲଜିଏ ସଂଗଠନକୁ ମଜବୁତ କରିବା ସହ ରଣନୀତି କରିବାରେ ଧୁରନ୍ଧର ଥିଲା ଉଦୟ।

ଅରୁଣା ସ୍ବାମୀ ମାଓ ନେତା ଚେଲପତିର ମୃତ୍ୟୁ ପରେ ଭାଙ୍ଗି ପଡିଥିଲା। ଉଦୟ, ଅରୁଣା ସହ ୧୬ ଜଣ ନକ୍ସଲ ସୀମାନ୍ତବର୍ତ୍ତୀ ଜଂଗଲରେ ସୁରକ୍ଷିତ ସ୍ଥାନ ଖୋଜୁଥିଲେ। ତେବେ ତୃତୀୟ ନକ୍ସଲ ଅଞ୍ଜୁ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।  ଘଟଣାସ୍ଥଳରୁ ୩ଟି ମୃତ ଦେବ ଯବାନ ଉଦ୍ଧାର କରିବା ସହ ୨ଟି ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି। ଗୁଳିବିନମୟରେ ବାକି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ଯବାନ ସେହି ଅଂଚଳକୁ ସର୍ଚ୍ଚ କରୁଥିବା ପୁଲିସ କହିଛି। ଉଦୟ ଓ ଅରୁଣାର ମୃତ୍ୟୁରେ ସଂଗଠନର ଅଣ୍ଟା ଭାଙ୍ଗିଯାଇଥିବା ବିଶେଷଜ୍ଞ ମତ ଦେଇଛନ୍ତି। ମାଓନେତା ଉଦୟକୁ ଚାରୋଟି ରାଜ୍ୟର ପୁଲିସ ଖୋଜୁଥିଲେ। 

maoists | Malkangiri