ବନ୍ଧମୁଣ୍ଡା: ଦକ୍ଷିଣ-ପୂର୍ବ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ରାଙ୍କ ଗସ୍ତବେଳେ ରାଉରକେଲା ଷ୍ଟେସନର ଅବ୍ୟବସ୍ଥା ପଦାରେ ପଡ଼ିଛି। ପ୍ରବଳବର୍ଷାରେ ଡ୍ରେନ୍ ଉଛୁଳି ପ୍ଲାଟ୍ଫର୍ମରେ ମଇଳାପାଣି ବୋହିବା ସହ ଜିଏମ୍ ନିଜେ ଛତାଧରି ପ୍ଲାଟ୍ଫର୍ମରେ ଚଳପ୍ରଚଳ ହୋଇଛନ୍ତି। ଶ୍ରୀ ମିଶ୍ର ତାଙ୍କ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମର ଅଂଶଭାବେ ସକାଳ ୬.୩୦ରେ ଏକ ସ୍ୱତନ୍ତ୍ର ସେଲୁନ୍ରେ ଝାରସୁଗୁଡ଼ାରେ ପହଞ୍ଚିଥିଲେ।
ଚକ୍ରଧରପୁର ରେଳମଣ୍ଡଳ ଅଧିକାରୀ ତରୁଣ ହୁରିଆ, ଜିଏମ୍ଙ୍କ ସଚିବ ମନୀଷ କୁମାର ପାଠକଙ୍କ ସମେତ ଜୋନ୍ ଓ ଡିଭିଜନ ସ୍ତରର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ସକାଳ ୯ଟାରେ ସେ ଝାରସୁଗୁଡା ୟାର୍ଡରୁ ଯାଞ୍ଚ ଆରମ୍ଭ କରିଥିଲେ। ସନ୍ଧ୍ୟା ୭ଟାରେ ସେ ରାଉରକେଲା ଷ୍ଟେସନର ୨ ନମ୍ବର ପ୍ଲାଟ୍ଫର୍ମରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ମାତ୍ରେ ଜିଏମ୍ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ତାଙ୍କ କୋଚ୍ ଯେଉଁସ୍ଥାନରେ ଛିଡ଼ା ହୋଇଥିଲା ସେହି ସ୍ଥାନଟି ଅନ୍ଧାରରେ ଥିଲା। ଏହି ସମୟରେ ସେ ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ଉପରେ ରାଗି ଯାଇଥିଲେ। ଏହି ଅବସରରେ ରାଉରକେଲା ରେଳବାଇ କଲୋନିର ମହିଳାମାନେ ଜିଏମ୍ଙ୍କୁ ଏକ ଦାବିପତ୍ର ଦେଇଥିଲେ। ମହିଳାମାନେ ଜିଏମ୍ଙ୍କ ସମ୍ମୁଖରେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିବା ସହ ଗତ ଏକ ସପ୍ତାହ ଧରି କଲୋନିକୁ ଜଳଯୋଗାଣ ବନ୍ଦ ରହିଛି ବୋଲି କହିଥିଲେ।। ରାସ୍ତାବସ୍ଥା ଏତେ ଖରାପ ଯେ ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କଲୋନିରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ ଏବଂ ଅସାମାଜିକ ତତ୍ତ୍ୱମାନେ କ୍ୱାର୍ଟର୍ସ ପଛରେ ଆଡା ଜମାଉଛନ୍ତି। ଭୟ ଏବଂ ଅସୁରକ୍ଷାର ବାତାବରଣ ରହିଛି। ପିଲାମାନେ ଅସୁସ୍ଥ ହେଉଛନ୍ତି ଏବଂ କୋଣସି ମୌଳିକ ସୁବିଧା ମିଳୁନାହିଁ ବୋଲି ମହିଳାମାନେ ଅଭିଯୋଗ କରିଥିଲେ। ଏହାପରେ ଅଲ୍ ଇଣ୍ଡିଆ ଲୋକୋ ରନିଂ ଷ୍ଟାଫ୍ ଆସୋସିଏସନ୍ ପ୍ରତିନିଧିମାନେ ଜିଏମ୍ଙ୍କୁ ଭେଟି ଚକ୍ରଧରପୁର ଡିଭିଜନର ଲୋକୋ ପାଇଲଟ୍ମାନଙ୍କ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପରେ ଜିଏମ୍ ରାଉରକେଲା ଆର୍ଆର୍ଆଇ କ୍ୟାବିନ୍ ନିରୀକ୍ଷଣ କରିଥିଲେ।
ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ଆସିବା ଯୋଗୁ ରାଉରକେଲା ରେଳଷ୍ଟେସନର ଅବ୍ୟବସ୍ଥା ପଦାରେ ପଡ଼ିଥିଲା। ବଡ଼ ଜଳପ୍ରପାତ ପରି ପ୍ଲାଟ୍ଫର୍ମର ଛାତରୁ ପାଣି ପଡ଼ିବା ଆରମ୍ଭ ହୋଇଥିଲା। ଡ୍ରେନ୍ର ପାଣି ଉଛୁଳି ରେଳଯାତ୍ରୀଙ୍କ ପାଦପାଖରେ ମଇଳାପାଣି ବୋହିବାକୁ ଲାଗିଲା। ଯାତ୍ରୀମାନେ ସେମାନଙ୍କ ସାମଗ୍ରୀ ଓ ପିଲାଙ୍କୁ ଧରି ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ସବୁଠାରୁ ଲଜ୍ଜାଜନକ ପରିସ୍ଥିତି ସେତେବେଳେ ଆସିଥିଲା ଯେତେବେଳେ ଜିଏମ୍ଙ୍କୁ ନିଜେ ଛତାଧରି ପ୍ଲାଟ୍ଫର୍ମରେ ଚାଲିଚାଲି ନିଜ ସେଲୁନରେ ବସି କଲିକାତା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଯେତେବେଳେ ଜିଏମ୍ଙ୍କ ଏପରି ଅବସ୍ଥା ହେଲା, ତେବେ ସାଧାରଣ ଯାତ୍ରୀଙ୍କ ଦୁର୍ଦଶା କଳ୍ପନା କରିବା କଷ୍ଟକର ନୁହେଁ।
ହଠାତ୍ ପ୍ରବଳ ବର୍ଷା ଆସିବା ଯୋଗୁ ରାଉରକେଲା ରେଳଷ୍ଟେସନର ଅବ୍ୟବସ୍ଥା ପଦାରେ ପଡ଼ିଥିଲା। ବଡ଼ ଜଳପ୍ରପାତ ପରି ପ୍ଲାଟ୍ଫର୍ମର ଛାତରୁ ପାଣି ପଡ଼ିବା ଆରମ୍ଭ ହୋଇଥିଲା। ଡ୍ରେନ୍ର ପାଣି ଉଛୁଳି ରେଳଯାତ୍ରୀଙ୍କ ପାଦପାଖରେ ମଇଳାପାଣି ବୋହିବାକୁ ଲାଗିଲା। ଯାତ୍ରୀମାନେ ସେମାନଙ୍କ ସାମଗ୍ରୀ ଓ ପିଲାଙ୍କୁ ଧରି ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ସବୁଠାରୁ ଲଜ୍ଜାଜନକ ପରିସ୍ଥିତି ସେତେବେଳେ ଆସିଥିଲା ଯେତେବେଳେ ଜିଏମ୍ଙ୍କୁ ନିଜେ ଛତାଧରି ପ୍ଲାଟ୍ଫର୍ମରେ ଚାଲିଚାଲି ନିଜ ସେଲୁନରେ ବସି କଲିକାତା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଯେତେବେଳେ ଜିଏମ୍ଙ୍କ ଏପରି ଅବସ୍ଥା ହେଲା, ତେବେ ସାଧାରଣ ଯାତ୍ରୀଙ୍କ ଦୁର୍ଦଶା କଳ୍ପନା କରିବା କଷ୍ଟକର ନୁହେଁ।
ଉଲ୍ଲେଖଯୋଗ୍ୟ ଯେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରାଉରକେଲା ଷ୍ଟେସନ ବିକଶିତ ହେଉଛି। ଯେଉଁଥିରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଷ୍ଟେସନ ପ୍ରଥମଶ୍ରେଣୀର ଏବଂ ସ୍ମାର୍ଟସିଟି ବର୍ଗରେ ଆସୁଛି, କିନ୍ତୁ ବାସ୍ତବତା ଅନ୍ୟକିଛି କହୁଛି। ଯାତ୍ରୀ ସୁବିଧା ନାମରେ, କେବଳ ରଙ୍ଗଦିଆ ଓ କାଗଜକଲମରେ ରିପୋର୍ଟ ପ୍ରସ୍ତୁତ କରାଯାଉଛି।