କୋରାପୁଟ: ପ୍ରାକୃତିକ ବିଭବରେ ପୂର୍ଣ୍ଣ ଓଡ଼ିଶାର ଭୁସ୍ବର୍ଗ ହେଉଛି କୋରାପୁଟ ଜିଲ୍ଲା। ପର୍ଯ୍ୟଟକମାନେ ଯେତେବେଳେ କୋରାପୁଟର ଡୁଡୁମା ଜଳପ୍ରପାତ, ଗୁପ୍ତେଶ୍ବର, ଦେଓମାଳୀ, ଶାବର ଶ୍ରୀକ୍ଷେତ୍ର, କଫି ବଗିଚା ବୁଲୁଥାନ୍ତି, ଆତ୍ମବିଭୋର ହୋଇଯାଉଥାନ୍ତି। ତେବେ ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀ କେବଳ ସୂଚନା ଫଳରେ ହିଁ ସୀମିତ ରହିଯାଇଛି। ପର୍ଯ୍ୟଟନ ବିଭାଗ କିଛି ପର୍ଯ୍ୟଟନସ୍ଥଳୀର ନାଁ ଦେଇ ନିଜର ପ୍ରଚାର ଓ ପ୍ରସାରର କାମ ସାରି ଦେଇଛି।
ଅପରପକ୍ଷରେ କିଛି ଯୁବ ବ୍ଲଗଧାରୀ, ପରିବେଶପ୍ରେମୀ ଫଟୋଗ୍ରାଫରମାନେ ଫଟୋ ଏବଂ ଡ୍ରୋନ କ୍ୟାମେରାରେ ସୁଟିଂ ଆଦି କରି ସାମାଜିକ ଗଣମାଧ୍ୟମ, ରିଲସ୍ ଓ ଏଠାର ସୌନ୍ଦର୍ଯ୍ୟକୁ ପ୍ରଚାର ପ୍ରସାର କରି କୋରାପୁଟ ଜିଲ୍ଲାକୁ ବିଶ୍ବସ୍ତରରେ ପହଚାଂଇଛନ୍ତି। ଏହା ପରେ ଏବେ ଧୀରେଧୀରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦର ସ୍ଥାନ କୋରାପୁଟ ଜିଲ୍ଲା ପାଲଟୁଛି। ଜିଲ୍ଲାରେ ୨୪ଟି ପର୍ଯ୍ୟଟନସ୍ଥଳୀ ରହିଥିଲେ ହେଁ ରାଜ୍ୟସରକାର ଚିନ୍ତା କରିଥିବା ଟୁରିଜମ୍ କରିଡ଼ର ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇପାରିନି। ଅପରପକ୍ଷରେ ସବୁ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବିକାଶ କରିବା ଦିଗରେ ବି ଫେଲ୍ ମାରିଛି।
ଓଡିଶାର ଉଚ୍ଚତମ ଗିରୀଶୃଙ୍ଗ ଦେଓମାଳି, ଦାମନଯୋଡିରେ ବିଶ୍ବବିଖ୍ୟାତ ଆଲୁମନିୟମ୍ କାରଖାନା ନାଲକୋ, ବିମାନ ତିଆରି କଂପାନି ହାଲ୍, କୋରାପୁଟର ଶାବରଶ୍ରୀକ୍ଷେତ୍ର, ଆଦିବାସୀ ସଂଗ୍ରହଳାୟ, ଜୟପୁର ରାଜନଅର, ଜଗନ୍ନାଥସାଗର, ଗୁପ୍ତେଶ୍ବର, ମାଛକୁଣ୍ଡ, ଡୁଡୁମା ଜଳପ୍ରପାତ, ନନ୍ଦପୁରର ବତିଶ ସିଂହାସନ, ରାଣୀଡୁଡୁମା, ବାଲାଡା କେଭ ବା ନାଗେଶ୍ବରୀ ଗୁମ୍ପା, କେଚଳା ଜଳଭଣ୍ଡାରକୁ ନେଇ ତତ୍କାଳୀନ ଜିଲ୍ଲାପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଟୁରିଜିମ୍ କରିଡ଼ର କରିଥିଲେ। କିଛି ଦିନ ପର୍ଯ୍ୟଟନ ବିଭାଗ ଟିକେଟ୍ ବୁକିଂ କରି ପର୍ଯ୍ୟଟକଙ୍କୁ ଗାଇଡମାନଙ୍କ ସହଯୋଗରେ ବସ, କାରରେ ଏସବୁ ସ୍ଥାନ ବୁଲାଇ ଦେଖାଉଥିଲା। କେଚଲା ଜଳଭଣ୍ଡାରରେ ବୋଟରେ ପର୍ଯ୍ୟଟକ ବୁଲୁଥିଲେ। ଅଳ୍ପ କିଛି ଦିନ ଚାଳିଥିଲା। ଧୀରେଧୀରେ ଏହା ବନ୍ଦ ହୋଇଯିବା ସହ ଏହି ଯୋଜନା ନାଲିଫିତା ତଳକୁ ପଳାଇଛି।
/sambad/media/media_files/2024/11/06/b3989Wt0nQPNGDZLPvHi.jpg)
ପୂର୍ବତଟ ରେଳବିଭାଗ ପର୍ଯ୍ୟଟନଶିଳ୍ପକୁ ବଢ଼ାଇବା ପାଇଁ ବିଶାଖାପାଟଣା–କିରଣ୍ଡଲ ଟ୍ରେନରେ ଭିଷ୍ଟାଡମ୍ କୋଚ ଲଗାଇଛି। ଭୁବନେଶ୍ବର-ଜୟପୁର-ବିଶାଖାପାଟଣାକୁ ବିମାନ ବି ଚଳାଚଳ କରୁଛି। ସବୁ ଠାରୁ ବେଶି ପର୍ଯ୍ୟଟକ ଆସୁଥିବା କୋଲକାତା (ହାୱାଡା)କୁ ବି ଟ୍ରେନ ଚଳାଚଳ କରୁଛି। ଏହାରି ମଧ୍ୟରେ ଜୟପୁର, ବୋରିଗୁ୍ମ୍ମା, ସେମିଳିଗୁଡ଼ା ଓ କୋରାପୁଟରେ ନୂଆନୂଆ ହୋଟେଲ ବି ନିର୍ମାଣ ହୋଇଛି। ଏହା ବାଦେ ବି ପର୍ଯ୍ୟଟନ ବିଭାଗ ଅଧିକା ସଂଖ୍ୟକ ପର୍ଯ୍ୟଟକକୁ ଆଣି ପର୍ଯ୍ୟଟନଶିଳ୍ପକୁ ଯେଭଳି ପ୍ରତ୍ସାହିତ କରିବା କଥା କରୁ ନଥିବା ବହୁ ହୋଟେଲ ମାଲିକ କହିଛନ୍ତି।
ଦାମନଯୋଡିର ମାଇନ୍ସ୍ ଅଂଚଳରେ ଶୀତ ମାସରେ ଯେ କେହି ବି ଯାଅନ୍ତି ତା ସହ ମେଘ କଥା କୁହେ ବୋଲି ପର୍ଯ୍ୟଟକମାନେ ମତ ଦିଅନ୍ତି। ଦାମନଯୋଡିରେ ବିରାଟ ହନୁମାନ ମୂର୍ତ୍ତୀ, ସିରଡିସାଇ ମନ୍ଦିର, ପାର୍କ ସହ କଣ୍ଟାବାଉଁଶୁଣି ମନ୍ଦିର ରହିଛି। ସୁନାବେଡାରେ ହାଲ୍ ସହ ଡିୟରପାର୍କ ବି ଅଛି। ଏହା ସହ ଡୁମୁରୀପୁଟରେ ବିରାଟ ବଡ ହନୁମାନ ପ୍ରତିମୂର୍ତ୍ତୀ, ନନ୍ଦପୁରରେ ବତିଶସିଂହାସନ, ଗଣେଶ ମନ୍ଦିର, ସୁବାଇ ଜୈନମନ୍ଦିର, ରାଣୀଡୁଡୁମା ୱାଟରଫଲ୍ , ବାଲାଡା କ୍ୟାଭ ରହିଛି। କୋଲାବ ଜଳଭଣ୍ଡାର ସହ ବଟନିକାଲ ଗାର୍ଡେନ, ଜୟପୁରରେ ରାଜନହର, ତେଲିଙ୍ଗିରୀ ଜଳସେଚନ ପ୍ରକଳ୍ପ, କୋରାପୁଟରେ ଜଗନ୍ନାଥ ମନ୍ଦିର(ଶାବରଶ୍ରୀକ୍ଷେତ୍ର), ଟ୍ରାଇଭେଲ୍ ମ୍ୟୁଜିୟମ୍, କୋଲାବ ଜଳଭଣ୍ଡାରର କେଚଲାରେ ରାମକ୍ରିଷ୍ଣ ମିଶନ, ସହ ଡୁଡୁମାରେ ୱାଟର ଫଲ୍, ପୁଜିଂସିଲ୍, ପୁଟସିଲ୍, ଦେଓମାଳି ରହିଛି। ଏହା ସହ ମାଳିଗୁଡାରେ ବ୍ରିଜ୍ ସହ ରେଲୱେ ଟନେଲ, ପାତ୍ରପୁଟରେ ଇଂରେଜ ଅମଳର ଝୁଲନ୍ତା ପୋଲ, ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି।
ଟଲିଉଡ ସୁପରଷ୍ଟାର ଅନୁଷ୍କା ସେଟ୍ଟୀ, ଅଲ୍ଲୁଅର୍ଜୁନଙ୍କୁ ନେଇ ତେଲୁଗୁ ଚଳଚ୍ଚିତ୍ର, ତେଲୁଗୁ ସିରିଏଲ୍ ସୁଟିଂ ସହ ଓଲିଉଡ ଚଳଚ୍ଚିତ୍ରର ସୁଟିଂ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଛି। ପ୍ରଶାସନ ଆଗାମୀ ପରବ ସମୟରେ ଦେଓମାଳିରେ ୨ଦିନର କାର୍ଯ୍ୟକ୍ରମ ରଖିଥିଲେ ହେଁ ଏସମ୍ପର୍କରେ ବି ପ୍ରଚାର ଓପ୍ରସାରହେଉନି ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/11/06/EHJw8qNDLBCHUAGHsmIy.jpeg)