ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିଜାପଦର ଗ୍ରାମ ନିକଟ କପା ଜମି କ୍ୟାମ୍ପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛିl ନିକଟରେ ଥିବା ଏକ ଟ୍ରାକ୍ଟର, ଗୋଟିଏ ବାଇକ, ଗୋଟିଏ କପା ଅମଳ ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଛିl
ମିଳିଥିବା ସୂଚନା ଅନୁଯାୟୀ ବିଜାପଦର ଗ୍ରାମ ନିକଟରେ ଥିବା ରାମ ରାଓ ନାମକ ଜଣେ ଆନ୍ଧ୍ର କପା ଚାଷୀଙ୍କ କ୍ୟାମ୍ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲାl ଫଳରେ ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା ଓ ନିକଟରେ ଥିବା ଭାନୁ ପ୍ରସାଦଙ୍କ ଟ୍ରାକ୍ଟର (ଏପି ୩୯ ଏନ୍ଟି ୮୦୬୦) ଓ ଅନ୍ୟ ଏକ ବାଇକ ପୋଡି ଯାଇଥିଲାl ଏଥି ସହିତ କ୍ୟାମ୍ପରେ ଥିବା ଅନ୍ୟ ଆସବାବପତ୍ର ପୋଡ଼ି ଯାଇଥିଲା।
/sambad/media/media_files/2025/02/28/fire-in-laxmi-prasad1-585424.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/28/fire-in-laxmi-prasad-773837.jpg)