ବୈଶିଙ୍ଗା: ସ୍ଥାନୀୟ ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ବାଲେଶ୍ୱର ମୟୂରଭଞ୍ଜ ସୀମାବର୍ତ୍ତୀ ବୁଢ଼ାବଳଙ୍ଗ ନଦୀ ପଠାରୁ ବେଧଡକ ବେଆଇନ ବାଲି ଚାଲାଣକୁ ନବନିଯୁକ୍ତ ଏସଡିପିଓଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ୍ ରୋକିପାରିଛି। ବାଲକା ଗ୍ରାମରେ ଏବଂ ରଙ୍ଗାମାଟିଆ ଛକରେ ପୃଥକ ଭାବରେ ଚଢାଉକରି ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟର, ଟ୍ରାକ୍ଟରଗୁଡିକୁ ସୁରକ୍ଷା ଯୋଗାଉଥିବା ଦୁଇଟି କାର୍ ଏବଂ ବାଇକ୍କୁ ଜବତ କରାଯାଇଛି। ଏନେଇ ବୁଧବାର ଅପରାହ୍ନ ଦୁଇଟାରେ ୮ଜଣଙ୍କ ନାମରେ ମାମଲା ରୁଜୁ ପୂର୍ବକ ଜଣେ ଟ୍ରାକ୍ଟର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାଇ ବୁଢାବଳଙ୍ଗ ନଦୀର ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ଗଣ୍ଡର୍ଦାଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ପୂର୍ବରୁ ଅଳ୍ପ ଅଳ୍ପ ହୋଉଥିବାବେଳେ ଗତକାଲି ବୈଶିଙ୍ଗା ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ଅଧିକ ସକ୍ରିୟ ହୋଇ ଉଠିଥିଲେ ବାଲି ମାଫିଆl ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅନୁଯାଇ କିଛି ସ୍ଥାନୀୟ ତଳିଆ କର୍ମଚାରୀଙ୍କୁ ହାତେଇ ଗତକାଲି ରାତିରେ ବହୁ ସଂଖ୍ୟକ ଟ୍ରାକ୍ଟର ଏକତ୍ରିତ ହୋଇ ଉକ୍ତ ଘାଟରୁ ବାଲି ଚାଲାଣ ନେଇ ମସୁଧା କରିଥିଲେl
ତେବେ ବିଶେଷ ସୂତ୍ରରୁ ଖବର ପାଇ ବେତନଟୀରେ ନୂଆ କରି ଯୋଗ ଦେଇଥିବା ଏସଡିପିଓ ମିନତୀ ବିଶ୍ୱାଳ ରାତି ପ୍ରାୟ ୧୦ଟା ବେଳେ ନିଜ ଅଫିସର କିଛି କର୍ମଚାରୀ ଓ ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ, ସୁବ୍ରତ ସାହୁ ଓ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେl ପରେ ଟିମକୁ ପୃଥକ ୨ଭାଗରେ ବିଭକ୍ତ କରି ଖୋଦ ଏସଡିପିଓ ଶ୍ରୀମତୀ ବିଶ୍ୱାଳ ପ୍ରଥମେ ବାଲକା ଏବଂ ରଙ୍ଗାମାଟିଆ ଛକରେ ଚଢାଉ ଆରମ୍ଭ କରିଥିଲେl ବାଲି ମାଫିଆମାନେ ଖସି ପଳାଉଥିବା ବେଳେ ଶ୍ରୀମତୀ ବିଶ୍ବାଳ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ବିଲରେ ଧରିଥିଲେ।
/sambad/media/media_files/2025/03/26/f9e3ef3e-4b14-4dc1-afba-4fa5f05da03a-646928.jpg)
ତେବେ ପ୍ରଥମେ ଶ୍ରୀମତୀ ବିଶ୍ୱାଳ ଚାଲାକି କରି ରଙ୍ଗାମାଟିଆଛକରେ ଚଢାଉ କରି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ସୁରକ୍ଷା ଦେଇ ଚୋରା ଚାଲାଣରେ ଗୁପ୍ତଚର କାମରେ ବ୍ୟବହୃତ ହୋଉଥିବା ଗୌତମ କୁମାର ଦୁର୍ଗା ନାମରେ ପଞ୍ଜିକୃତ କାର (ଓଡି ୦୧ ଏକେ ୨୬୬୦) ଏବଂ ଦୀପିକା ଦାସଙ୍କ ନାମରେ ପଞ୍ଜିକୃତ କାର (ଓଡି ୦୧ ଏଫ୍ ୪୫୧୬) ଏବଂ ଏକ ନମ୍ବର ବିହୀନ ବାଇକ୍ ଜବତ କରିବା ସହିତ ସେଥିରେ ଥିବା ୫ଜଣ ଯୁବକଙ୍କୁ ଅଟକ ରଖି ତାଙ୍କ ମୋବାଇଲ ଗୁଡିକୁ ଆଗ ଜବତ କରି ରଖିଥିଲେ ଏସଡିପିଓl ପରେ ସେହି ସ୍ଥାନରୁ ରଞ୍ଜିତା ସାହୁ ନାମରେ ପଞ୍ଜିକୃତ ଚୋରା ବାଲି ବୋଝେଇ ଟ୍ରାକ୍ଟର (ଓଡି ୦୧ ଏଏକ୍ସ ୩୧୦୮) ଜବତ କରିବା ସହିତ ଟ୍ରାକ୍ଟର ଚାଳକ ଭଣ୍ଡାରୀଶୋଳ ଗ୍ରାମର ସନ୍ତୋଷ ସିଂ ଏବଂ ରଙ୍ଗାମାଟିଆ ଅଞ୍ଚଳର କରୁଣା ସିଂକୁ ଥାନାକୁ ନେଇଥିଲା ପୁଲିସl
ପରେ ଏସଡିପିଓ ଶ୍ରୀମତୀ ବିଶ୍ୱାଳ ଅନ୍ୟ ଏକ ଟିମ ସହିତ ବାଲକା ଠାରେ ଚଢାଉ ସମୟରେ ପୁଲିସ ଟିମ ଉପରକୁ ଚଢାଇ ହତ୍ୟା ଉଦ୍ୟମ ପୂର୍ବକ ଖସି ପଳାଇବାକୁ ଚେଷ୍ଟାକରି ବିଲ ଭିତରକୁ ପଶିଯାଇଥିବା ନମ୍ବର ବିହୀନ ବାଲିବୋଝେଇ ଟ୍ରାକ୍ଟର ସମେତ ଚାଳକ ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନ ଆମ୍ବୁଲକୁଡା ଗ୍ରାମର ବେଣୁଧର ମହାଳିକର ପୁଅ ସଞ୍ଜିତ ମହାଳିକକୁ ବିଲ ଭିତରେ ଗୋଡେଇ ଗୋଡେଇ ଗିରଫକରି ଥାନାକୁ ଆଣିଥିଲେ ପୁଲିସl
ତେବେ ଏହି ଦୁଇଟି ମାମଲାରେ ଜଡିତ କ୍ରିପଟନ ଦାସ, ଗୌତମ କୁମାର ଦୁର୍ଗା, ବସନ୍ତ କୁମାର ଦାସ, ମନୋରଞ୍ଜନ ଲେଙ୍କା, ମୃତ୍ୟୁଞ୍ଜୟ ବେହେରା, ସନ୍ତୋଷ ସିଂ, କରୁଣା ସିଂ ଓ ସଂଜିତ ମହାଳିକଙ୍କ ନାମରେ ବୈଶିଙ୍ଗା ପୁଲିସ ବୁଧବାର ଅପରାହ୍ନରେ ୧୨୫ ଏବଂ ୧୨୬ନମ୍ବରରେ ଦୁଇଟି ପୃଥକ ମାମଲା ରୁଜୁକରି ତଦନ୍ତ ପୂର୍ବକ ୭ଜଣଙ୍କୁ ନୋଟିସ୍ରେ ଥାନାରୁ ଛାଡ଼ି ଦେଇଥିବାବେଳେ ସଂଜିତ ମହାଳିକକୁ ଗିରଫ କରି କୋର୍ଟ ଚାଲାଣ କରିଛିl
Sand | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/26/5bd21d5a-d0bf-46b6-8b38-83f225644087-920825.jpg)