ଭୁବନେଶ୍ବର: ବାପରେ କି ଜାମ୍… ରାସ୍ତାର ଏପଟରୁ ସେପଟ ଦେଖିଲେ ଆଖି ପାଉନି । ଯୁଆଡେ ଚାହିଁଲେ ଖାଲି ଗାଡ଼ି ଆଉ ଗାଡ଼ି । ପ୍ଲାଏ ଓଭରରେ ଭିଡ଼, ମୁଖ୍ଯ ରାସ୍ତାରେ ଭିଡ଼, ସର୍ଭିସ ରୋଡରେ ବି ଭିଡ଼ । ଭୁବନେଶ୍ବରରେ ଅସରାଏ ବର୍ଷା ପରେ ବିଗିଡିଯାଇଛି ସ୍ଥିତି । ଅସମ୍ଭାଳ ହୋଇଛି ଭିଡ଼ । ବର୍ଷା ବେଳେ ଯିଏ ଯେଉଁଠି ରହିଯାଇଥିବା ବେଳେ ବର୍ଷା ଛାଡିବା ମାତ୍ରେ ଗାଡ଼ି ଧରି ବାହାରିଥିବା ବେଳେ ଭିଡ ଜମିଥିଲା ।
/filters:format(webp)/sambad/media/media_files/2025/10/01/s5-2025-10-01-17-04-47.jpeg)
/filters:format(webp)/sambad/media/media_files/2025/10/01/s57s7-2025-10-01-17-04-47.jpeg)
ଗୋଟେ ପଟେ ଲୋକେ ବର୍ଷା ପରେ ପରେ ମେଢ ବୁଲିବାକୁ ବାହାରିଥିବା ବେଳେ ଅନ୍ୟପଟେ ରାସ୍ତାରେ ଜମିଥିବା ପାଣି ପାଇଁ ଭିଡ ବି ବଢିଯାଇଥିଲା । ରାସ୍ତାରେ ଖାଲ ଖମା ଭୟରେ ଲୋକେ ଜମା ହୋଇଥିବା ପାଣି ଉପରେ ଗାଡ଼ି ନେଉନଥିବା ବେଳେ ଯେଉଁ ଭଲ ରାସ୍ତାରେ ଯାଉଥିଲେ ସେଠାରେ ଭିଡ ଜମିଥିଲା ।
/filters:format(webp)/sambad/media/media_files/2025/10/01/e-2025-10-01-16-59-34.jpeg)
/filters:format(webp)/sambad/media/media_files/2025/10/01/screenshot-2025-10-01-160835-2025-10-01-16-59-34.jpg)
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବର୍ଷା ପରେ ଭିଡ ଦେଖିବାକୁ ମିଳିଥିବା ବେଳେ ହଂସପାଳ ଠାରୁ ରସୁଲଗଡ଼ ଯାଏଁ ଜାମ୍ ଲାଗିରହିଥିଲା । ପଳାଶୁଣୀ ଛକରେ ସ୍ଥିତି ଅସମ୍ଭାଳ ହୋଇଥିଲା । ଯେତେବେଳେ ଏନଏଚ ଉପରେ ଗାଡି ଯିବା ଏବଂ ତଳକୁ କିଛି ଗାଡି ଖସିବା ବେଳେ ଉପୁଜିଥିଲା ଜାମ ପରିସ୍ଥିତି । ସ୍ଥିତି ଏମିତି ହେଲା ଘଣ୍ଟା ଘଣ୍ଟା ଗାଡି ରାସ୍ତାରେ ଅଟକି ରହିଥିଲା । ସେମିତି ରାସ୍ତା ଉପରେ ଗାଡ଼ି ଛିଡା ହୋଇ ରହିଥିଲା, ଇଞ୍ଚେ ବି ଘୁଞ୍ଚୁ ନଥିଲା । ହଂସପାଳରୁ ଜଣେ ବ୍ୟକ୍ତି ରସୁଲଗଡ଼ ଆସିବାକୁ ତାଙ୍କୁ ଦେଢ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ।
ଫସିଗଲା ମଣିଷ
— Sambad (ସମ୍ବାଦ) (@sambad_odisha) October 1, 2025
ଏପଟେ ଟ୍ରାଫିକ ଜାମ୍, ସେପଟେ ବର୍ଷା #Bhubaneswar#TrafficJam#Odisha#Sambadpic.twitter.com/N18ivJqXmy
ତେବେ ବର୍ଷା ପରେ ଭିଡରେ ଫସିଥିବା ଲୋକେ ଜାମରୁ ବାହାରିବାକୁ ସଂଘର୍ଷ କରି ବିରକ୍ତ ହେଉଥିବା ବେଳେ ହଠାତ୍ ପୁଣି ଥରେ ବର୍ଷା ଢାଳିଥିଲା । ତଳେ ଭିଡକୁ ଉପରେ ପୁଣି ବର୍ଷା ଲୋକଙ୍କୁ ରାସ୍ତା ମଝିରେ ଫସାଇ ଦେଇଥିଲା । ଲୋକେ ବିରକ୍ତି ହୋଇ ସେମିତି ଭିଜି ଭିଜି ଭିଡରେ ଗାଡି ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।
- ରସୁଲଗଡ଼ ଛକରେ ଭୁଶୁଡ଼ିଲା ଟ୍ରାଫିକ ବ୍ୟବସ୍ଥା
— Sambad (ସମ୍ବାଦ) (@sambad_odisha) October 1, 2025
- ବର୍ଷା ପରେ ପ୍ରବଳ ଜାମ୍ #Sambad#TrafficJam#Bhubaneswar#Rasulgarh#Odishapic.twitter.com/tg1EOOFxTE
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/01/new-project-6-2025-10-01-16-57-54.jpg)