କୋରାପୁଟ: କୋରାପୁଟ-ଜୟପୁର ରେଳଧାରଣାର ମାଳିଗୁଡା-ଜରଟି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ପରେ ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ପକ୍ଷରୁ ୩ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ଅଘଟଣ ପାଇଁ ୧୨ ଗୋଟି ଟ୍ରେନର ଗତିପଥର ସ୍ଥାନ ପରିବର୍ତ୍ତନ (ସର୍ଟ ଟେରମିନେସନ୍) କରାଯାଇଛି। ଆଜି ପାଇଁ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ, କିରଣ୍ଡୁଲରୁ ବାହରିବାକୁ ଥିବା କିରାଣ୍ଡୁଲ-ବିଶାଖାପାଟଣା ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଭାବେ ଆସନ୍ତାକାଲି ବାହାରିବାକୁ ଥିବା ଭୁବନେଶ୍ବରରୁ ଜଗଦଲପୁର ଆସିବାକୁ ଥିବା ହରରାଖଣ୍ଡ ଏକ୍ସପ୍ରେସକୁ ବାତିଲ କରାଯାଇଛି।
ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍ଲାଇନ୍ ଉପରେ ମାଟି ଅତଡ଼ା ଖସିବା କାରଣରୁ ୧୨ ଗୋଟି ଟ୍ରେନର ଗନ୍ତବ୍ୟ ସ୍ଥଳର ପରିବର୍ତ୍ତନ କରାଯାଇଛି। ଆଜି ବିଶାଖାପାଟଣାରୁ କିରଣ୍ଡୁଲ ଯିବାକୁ ଥିବା ଟ୍ରେନ କୋରାପୁଟ ଷ୍ଟେସନ ପର୍ଯ୍ୟନ୍ତ ଆସିବ। ସେିହପରି ଭାବେ ଆସନ୍ତା ୩ ତାରିଖରେ କିରଣ୍ଡୁଲରୁ ବିଶାଖାପାଟଣା ଯିବାକୁ ଥିବା ରାତି ଏକ୍ସପ୍ରେସ କୋରାପୁଟରୁ ଛାଡ଼ିବ।
ଆଜି ଜଗଦଲପୁର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ମାଳିଗୁଡ଼ାରୁ ଛାଡ଼ିବ। ରାଉରକେଲାରୁ ଜଗଦଲପୁର ଯିବାକୁ ଥିବା ଇଣ୍ଟରସିଟି ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ। ଆସନ୍ତା ୩ ତାରିଖରେ ଜଗଦଲପୁର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ କୋରାପୁଟରୁ ଛାଡ଼ିବ। ଭୁବନେଶ୍ବରରୁ ଛାଡୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ବଦଳରେ କୋରାପୁଟ ଯାଏଁ ଗଡ଼ିବ। ଆସନ୍ତା ୩ ତାରିଖରେ ଜଗଦଲପୁର–ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଛାଡ଼ିବ। ୩ ତାରିଖରେ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର ଆରକୁରୁ ଛାଡ଼ିବ। କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ଆରକୁରୁ ଛାଡ଼ିବ। ହାଓଡ଼ା ଠାରୁ ଛାଡ଼ିଥବା ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍ କୋରାପୁଟରେ ଅଟକିବ। ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ୍ କୋରାପୁଟରୁ ଛାଡ଼ିବ।
Indian Railways | Koraput | landslides