ଭଦ୍ରକ: ଜିଲ୍ଲାରେ ସବୁଠି ସଧବା ମହିଳାମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ସୋମବାର ଦିନ ସାବିତ୍ରୀ ବ୍ରତ ପାଳିଥିବା ବେଳେ ଭଦ୍ରକ ଜିଲ୍ଲାର ଚରମ୍ପା ଠାରେ ଆଜି କିନ୍ନରମାନେ ମଧ୍ୟ ଏହି ଉପାସନା କରିଛନ୍ତି। ବିବାହିତା ମହିଳାମାନେ ସେମାନଙ୍କର ସ୍ଵାମୀଙ୍କର ଶୁଭ ମାନାସୀ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ କିନ୍ନରମାନେ ନିଜ ଗୁରୁଙ୍କୁ ସ୍ବାମୀ ଭାବରେ ଭକ୍ତି କରି ତାଙ୍କର ଶୁଭ ମାନସୀ ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ବୋଲି କହନ୍ତି ଭଦ୍ରକ ଚରମ୍ପା ଅଞ୍ଚଳର କିନ୍ନର ସଞ୍ଜନା।
ସଞ୍ଜନା କହନ୍ତି ସେମାନେ ପୁରୁଷ ନୁହଁନ୍ତି, କି ନାରୀ ନୁହେଁ। ତେଣୁ ସେମାନେ ଯେତେବେଳେ ଗୁରୁଙ୍କର ଶିଷ୍ୟ ହୁଅନ୍ତି ସେତେବେଳେ ତାଙ୍କୁ ସିନ୍ଦୂର ଓ ମଙ୍ଗଳ ସୂତ୍ର ଦିଆଯାଇ ଶିଷ୍ୟତ୍ୱ କରାଯାଏ। ଗୁରୁଙ୍କୁ ସ୍ବାମୀ ଭାବରେ ଭାବି କିନ୍ନରମାନେ ସେତେବେଳେ ଶଙ୍ଖା ଆଉ ସିନ୍ଦୂର ପିନ୍ଧିଥାନ୍ତି। ଆଜି କିନ୍ନରମାନେ ଚରମ୍ପାଠାରେ ସମାରୋହରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ତାଙ୍କର ଗୁରୁ ସୋନାଲି ମା’ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ।
କିନ୍ନରମାନେ ପୁରୁଷ ନୁହଁନ୍ତି, କି ନାରୀ ନୁହେଁ। ତେଣୁ ସେମାନେ ଯେତେବେଳେ ଗୁରୁଙ୍କର ଶିଷ୍ୟ ହୁଅନ୍ତି ସେତେବେଳେ ତାଙ୍କୁ ସିନ୍ଦୂର ଓ ମଙ୍ଗଳ ସୂତ୍ର ଦିଆଯାଇ ଶିଷ୍ୟତ୍ୱ କରାଯାଏ। ଗୁରୁଙ୍କୁ ସ୍ବାମୀ ଭାବରେ ଭାବି କିନ୍ନରମାନେ ସେତେବେଳେ ଶଙ୍ଖା ଆଉ ସିନ୍ଦୂର ପିନ୍ଧିଥାନ୍ତି।
-ସଞ୍ଜନା, କିନ୍ନର, ଚରମ୍ପା
କିନ୍ନରମାନଙ୍କର ଏଇ ନିଆରା ସାବିତ୍ରୀ ବ୍ରତ ଭଦ୍ରକ ଜିଲ୍ଲାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ୫୦ ଜଣରୁ ଊର୍ଦ୍ଧ୍ବ କିନ୍ନର ଆଜି ଏଭଳି ସାବିତ୍ରୀ ବ୍ରତ ନିଷ୍ଠାର ସହ ପାଳନ କରି ଗୁରୁଙ୍କର ଶୁଭ ମାନସୀବା ସହ ତାଙ୍କର ଅଶୀର୍ବାଦ ନେଇଛନ୍ତି। ଏହି ପର୍ବ କିନ୍ନର ପରମ୍ପରା ଅନୁଯାୟୀ ପାଳିତ ହୋଇ ଆସୁଛି ବୋଲି କିନ୍ନର ସଞ୍ଜନା କହିଛନ୍ତି।
Bhadrak