କୋରାପୁଟ: କଠିନ ପରିଶ୍ରମ, ଅଧବସାୟ ଓ ଲକ୍ଷ୍ୟ ବଳରେ ପ୍ରଥମ ପ୍ରୟାସରେ ସଫଳତାର ସହ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦୁର୍ଗମ ହନୁମାଳ ଗାଁର ଆଦିବାସୀ ଯୁବକ ଇଶାକ ବଡ଼ନାୟକ। ସଂପ୍ରତି ସେ ବ୍ରହ୍ମପୁର ଏମକେସିଜିରେ ସିଟ୍ ପାଇଥିବା ବେଳେ କଟକ ଏସସିବିରେ ପଢ଼ିବାକୁ ଆଗ୍ରହ ଦେଖାଇ ଅପେକ୍ଷା କରିଛନ୍ତି।

Advertisment

ଇଶାକଙ୍କ ସଂପର୍କରେ ଜାଣିବା ପରେ ବିରୋଧୀ ଦଳର ନେତା ତଥା ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ନିଜ ସାଙ୍ଗରେ ଭୁବନେଶ୍ବର ଇଶାକକୁ ନେଇକି ଯାଇଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାଶ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବାଚସ୍ପତି ସୁରମା ପାଢ଼ୀ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସହ ବୁହ ବିଧାୟକଙ୍କୁ ଭେଟାଇଥିଲେ ବିରୋଧୀଦଳ ନେତା। ଜଣେ ଆଦିବାସୀ ଯୁବକଙ୍କ ଉଚ୍ଚାଭିଳାଶ ଦେଖି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆଦି ଶୁଭେଚ୍ଛା ଜ୍ଞାପନ କରି ଭବିଷ୍ୟତ ଉଜ୍ଜଳ ହେଉ ବୋଲି କହିଥିଲେ। ଡାକ୍ତରୀ ପଢ଼ିବା ପରେ ନିଜ ଅଂଚଳର ସେବା କରି ଜଣେ ସଫଳ ଡାକ୍ତର ହୋଇ ରାଜ୍ୟ ତଥା ଦେଶ ପାଇଁ ସୁନାମ୍ ଆଣିବେ ବୋଲି ଆଶା କରୁଛୁ ବୋଲି କହିଥିଲେ। ତାଙ୍କ ପାଠପଢ଼ା ପାଇଁ  ଖର୍ଚ୍ଚ ସରକାର ବହନ କରିବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଇଶାକଙ୍କୁ ପ୍ରତିଶ୍ରୃତି ଦେଇଥିଲେ। 

ଇଶାକ ବଡ଼ନାୟକ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ହନୁମାଳ ଗାଁର ବୁଦା ବଡ଼ନାୟକ ଓ କନ୍ଧି ବନଡାୟକଙ୍କ ମଝିଅ ପୁଅ। ହନୁମାଳ ଗାଁରେ ଥିବା ସରକାରୀ ସ୍କୁଲରେ ୭ମ ପର୍ଯ୍ୟନ୍ତ ପଢ଼ିଥିଲେ ଇଶାକ। ୮ମରୁ ୧୦ମ ପର୍ଯ୍ୟନ୍ତ ଲମତାପୁଟ ବ୍ଲକର ତୁଷୁବା (ମେସିଂପୁଟ)ରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ପଢ଼ିଥିଲେ। ଏଠାରେ ଦଶମ ପାସ୍ କରିବା ପରେ ଘରର ଆର୍ଥିକସ୍ଥିତି ଭଲ ନଥିବା ଏବଂ ତାଙ୍କ ପାଠପଢ଼ା ଖର୍ଚ୍ଚ ବାପା ତୁଲାଇବାକୁ ସମର୍ଥ ନଥିବାରୁ ସେ ପାଠ ପଢ଼ିବା ପାଇଁ ତାମିଲନାଡୁର ମଦୁରାଇ ଯାଇ ସେଠାରେ ଦ୍ବାଦଶ ପର୍ଯ୍ୟନ୍ତ ମାଗଣାରେ ପଢ଼ିଥିଲେ। ସେଠାରେ ପଢ଼ିବା ସମୟରେ ନିଟ୍‌ର କୋଚିଂ ସେହି ସ୍କୁଲରେ ନେଇଥିଲେ। ସେଠାରେ ରହି ସେ ନିଟ ପରୀକ୍ଷା ଲେଖି ଉତ୍ତୀର୍ଣ୍ଣ ହୋଇଥିଲେ।

ଘରର ଅର୍ଥିକସ୍ଥିତି ସ୍ବଚ୍ଛଳ ନଥିବାରୁ ଆଗାମୀ ଦିନରେ ଏହା ତାଙ୍କ ପାଠ ପଢ଼ାରେ ବାଧକ ହେବ କି ବୋଲି ଚିନ୍ତାରେ ପଢ଼ିଛନ୍ତି ଇଶାକ୍। ରାଜ୍ୟସରକାର ଦେଇଥିବା ଆଶ୍ବସନା ଓ ଭରସାକୁ ନେଇ ସେ ଡାକ୍ତରୀ ପଢ଼ିବାକୁ ଆଗଭର ହେଉଥିବା କହିଛନ୍ତି ଇଶାକ୍।

ଘରର ଅର୍ଥିକସ୍ଥିତି ସ୍ବଚ୍ଛଳ ନଥିବାରୁ ଆଗାମୀ ଦିନରେ ଏହା ତାଙ୍କ ପାଠ ପଢ଼ାରେ ବାଧକ ହେବ କି ବୋଲି ଚିନ୍ତାରେ ପଢ଼ିଛନ୍ତି ଇଶାକ୍। ରାଜ୍ୟସରକାର ଦେଇଥିବା ଆଶ୍ବସନା ଓ ଭରସାକୁ ନେଇ ସେ ଡାକ୍ତରୀ ପଢ଼ିବାକୁ ଆଗଭର ହେଉଥିବା କହିଛନ୍ତି ଇଶାକ୍।  ଆଦିବାସୀ ଗାଁର ଇଶାକ ନିଜର ଉଦ୍ୟମ ଓ ଲକ୍ଷ୍ୟ ବଳରେ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି ପଟାଙ୍ଗୀ ବିଧାୟକ ତଥା ବିରୋଧୀ ଦଳର ନେତା ରାମଚନ୍ଦ୍ର କାଡ଼ାମ୍। ଇଶାକ୍ ନିଶ୍ଚିତ ରୁପେ ଜଣେ ଭଲ ଡାକ୍ତର ହୋଇ ଅଂଚଳର ଦୁଃଖଦୁର୍ଦ୍ଦଶାକୁ ଦୂର କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି କହିଛନ୍ତି ବିରୋଧୀଦଳର ନେତା।