ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସମ୍ବାଦ ସାହିତ୍ୟଘରର ସଭାପତି ତ୍ରିଲୋଚନ ପାଣ୍ଡେଙ୍କ ୬୨ ବର୍ଷ ବୟସରେ ବିୟୋଗ ହୋଇଛି। ଶ୍ରୀ ପାଣ୍ଡେ କିଛି ମାସ ହେବ ଅସୁସ୍ଥତା କାରଣରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଔଷଧ ସେବନ କରୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ପରିଶ୍ରା କରିବା ପାଇଁ ଘରୁ ବାହାରିଥିଲେ। ଘରକୁ ଆସିବା ସମୟରେ ଘର ମୁହଁମାଡି ତଳେ ପଡିଯାଇଥିଲେ। କିଛି ସମୟ ପରେ ପରିବାର ଲୋକ ଆସି ଉଠାଇବା ବେଳେ ଶ୍ରୀ ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଥିଲା।
ଶ୍ରୀ ପାଣ୍ଡେ ଦୀର୍ଘ ବର୍ଷ ଧରି ଝରିଗାଁ ବ୍ଲକ ସମ୍ବାଦ ସାହିତ୍ୟଘରର ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ଶିକ୍ଷକତା କରୁଥିବା ସମୟରେ ନବରଙ୍ଗପୁର ଜିଲ୍ଲା ଶିକ୍ଷକ ସଙ୍ଘର ସାଧାରଣ ସମ୍ପାଦକ, ଝରିଗାଁ ବ୍ଲକ ଶିକ୍ଷକ ସଙ୍ଘର ସଭାପତି ଓ ସମ୍ପାଦକ ଭାବେ ଦୀର୍ଘ ବର୍ଷ ଧରି ଦାଇତ୍ୱ ତୁଲାଇ ଥିଲେ। ଶିକ୍ଷକ ପଦରୁ ଅବସର ନେବା ପରେ ଝରିଗାଁ ବ୍ଲକ ଶିକ୍ଷକ ସଙ୍ଘର ଉପଦେଷ୍ଟା ଭାବେ ଦାଇତ୍ୱ ତୁଲାଉ ଥିଲେ। ନବରଙ୍ଗପୁର ଜିଲ୍ଲା କଳାର ସମାଜର ସମ୍ପାଦକ ଦାଇତ୍ୱରେ ରହିଥିଲେ।
ତ୍ରିଲୋଚନ ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣିବା ପରେ ପୂର୍ବତନ ଲୋକସଭା ସାଂସଦ ରମେଶ ମାଝୀ, ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ସମ୍ବାଦ ସାହିତ୍ୟଘର ଉପଦେଷ୍ଟା ବୀରେନ୍ଦ୍ର କୁମାର ପାଢ଼ି, ଝରିଗାଁ ବ୍ଲକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ନାୟକ, ଉପସଭାପତି କୁଶନାଥ ଭତ୍ରା, ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ମୁରଲୀଧର ନାୟକ, ସମ୍ପାଦକ ଲଛମନ ପନକା, ଜିଲ୍ଲା ପରିଷଦ ଶିକ୍ଷକ ସଂଘ ପକ୍ଷରୁ ଶିବ ନାରାୟଣ, ପିତମ ପନକା, ଦିବାକର ହଲବା ପ୍ରମୁଖ ସହ ନବରଙ୍ଗପୁର ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶେଷ ଦର୍ଶନ ପରେ ଶୋକାକୁଳ ପରିବେଶରେ ଶେଷ କାର୍ଯ୍ୟ ସମ୍ପନ ହୋଇଥିଲା। ଦେହାନ୍ତ ଖବର ପ୍ରସାର ହେବା ପରେ ଝରିଗାଁ ବ୍ଲକ ସମ୍ବାଦ ସାହିତ୍ୟଘରର ବରିଷ୍ଟ ଉପଦେଷ୍ଟା ଗଣେଶ୍ୱର ହୋତା, ବୀରେନ୍ଦ୍ର କୁମାର ପାଢ଼ୀ, ସୁବାଷ ପଣ୍ଡା, ସମ୍ପାଦକ ଅରୁଣ କୁମାର ବଳ, ସଂଯୋଜକ ରମେଶ ପଟ୍ଟନାୟକ, ସଭ୍ୟ ଗଙ୍ଗାଧର ପାଳ, ବ୍ରଜ କିଶର ଦଳାଇ, ସତ୍ୟବ୍ରତ ସ୍ୱାଇଁ, ବିପିନ ବିହାରୀ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/s69KpYza66zSpvV1Z3Jx.jpeg)