ଖଲ୍ଲିକୋଟ: ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଜଳି ଶଙ୍ଖ ନିକଟରେ ସଡ଼କ ଦୁର୍ଘଟଣା। ବୋଲେରୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଛିଣ୍ଡିଗଲା ଡ୍ରାଇଭରଙ୍କ ହାତ। ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଗାଁରୁ ଦର୍ଶନ ସାରି ବୋଲେରୋଟି ବ୍ରହ୍ମପୁର ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକକୁ ଓଭରଟେକ୍ କରି ବୋଲେରୋଟି ପାସ୍ ହେଉଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ବୋଲେରୋକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ସୂଚନା ଅନୁଯାୟୀ, ଘଟଗାଁରୁ ଦର୍ଶନ ସାରି ବୋଲେରୋଟି ବ୍ରହ୍ମପୁର ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକକୁ ଓଭରଟେକ୍ କରି ବୋଲେରୋଟି ପାସ୍ ହେଉଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ବୋଲେରୋକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)