ପାଟଣାଗଡ଼: ନିଶାମୁକ୍ତ ରାଜ୍ୟ ଗଠନ ପାଇଁ ଅପରେସନ ପ୍ରହାର କରା ଯାଇଥିବା ବେଳେ ଏହି ଅପରେସନ ଏସପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ଅଞ୍ଚଳର ପୁଲିସ ନିଶଦ୍ରବ୍ୟ ଗୁଡିକ ବନ୍ଦ କରିବା ନେଇ ପ୍ରୟାସ ଜାରି ରହିଛି।
ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ କୁତୁମୁଣ୍ଡା ଛକ ନିକଟରେ ପେଟ୍ରୋଲିଂ କରୁଥିଲା ଏହି ସମୟରେ ୨ଟି ବାଇକରେ ଯାଉଥିବା ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକାଇଥିଲେ। ବାଇକ(ଓଡି ୦୭ କେ ୯୫୧୧) ଓ ବାଇକ୍ (ଓଡି ୦୩ ଏଫ ୨୦୯୫)ରେ ଏକ ଜରିବସ୍ତା ରହିଥିବା ବେଳେ ତଲାସି କରିବାରୁ ସେଥିରେ ବେଆଇନ କଫ୍ ସିରଫ୍ ନେଉଥିବା ନେଇ ଯାଉଥିବା ପୁଲିସ ଜାଣି ପାରିଥିଲା। ୨ ବାଇକ୍, ୨ ମୋବାଇଲ ଫୋନ ଓ ଗୋଟିଏ ମାଷ୍ଟର କିସହ ବେଆଇନ କଫ୍ ସିରଫ୍କୁ ପୁଲିସ ଜବତ୍ କରି ଥାନାକୁ ଆଣିଥିବା ଜଣାପଡ଼ିଛି।
ଥାନାରେ ପଚରାଉଚୁରା ସମୟରେ ସେ ଗୁଡ଼ିକ ବେଆଇନ ଭାବେ ବିକ୍ରି କରାଯିବା ନେଇ ନେଉଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ପୁଲିସ କେସ ନଂ ୨୬୬ରେ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଦାର୍ଶାଇ ବରଗଡ ଜିଲ୍ଲା ଗାଇସିଲାଟ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମର ଧନଞ୍ଜୟ ସାହୁ ଓ ଗାଇସିଲାଟ ଗ୍ରାମର ଜିତୁ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜରିବସ୍ତାରୁ ଜବତ୍ ହୋଇଥିବା ବେଆଇନ କଫ୍ ସିରଫ୍ରେ ଏସକଫ୍ ଲେଖାଥିବା ଓ ଏହା ୧୧୦ ବୋତଲ ଥିବା ଜଣାପଡ଼ିଛି।
Balangir
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/05/patna-2025-09-05-21-26-04.jpg)