ଲାଞ୍ଜିଗଡ଼: କାନ୍ଦୁଲ ଗୁଡ଼ିଆ (ଚାଷ କରିଥିବା ଭଟା ଜମି)ରେ ତିଆରି କରିଥିବା ଅସ୍ଥାୟୀ ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ନିଷ୍ପାପ ଶିଶୁ ଜୀବନ୍ତ ଜଳିଯାଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ, ଯାହାକି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡ଼ିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମା’। କିଛି ସମୟ ପରେ ଫେରି ଦେଖୁବାବେଳକୁ ପାଳ ତିଆରି ଅସ୍ଥାୟୀ କୁଡ଼ିଆରେ ନିଆଁ ଲାଗି ଜଳି ଜଳିଯିବା ସହିତ ସେଠାରେ ଖେଳୁଥିବା ଦୁଇ ଶିଶୁ ମଧ୍ଯ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଦୁଇଶିଶୁଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡିଥିବା ବେଳେ ଦୁଃଖିନୀ ମା’ର କୋଳଶୂନ୍ୟ ହୋଇଯାଇଛି।
କାନ୍ଦୁଲ ଗୁଡିଆରେ ତିଆରି ହୋଇଥିବା ଅସ୍ଥାୟୀ ପାଳ କୁଡ଼ିଆରେ ବସାଇ ପାଖ ଜଙ୍ଗଲରେ କାଠ ସଂଗ୍ରହ କରୁଥିଲେ ମା’। କିଛି ସମୟ ପରେ ଫେରି ଦେଖୁବାବେଳକୁ ପାଳ ତିଆରି ଅସ୍ଥାୟୀ କୁଡ଼ିଆରେ ନିଆଁ ଲାଗି ଜଳି ଜଳିଯିବା ସହିତ ସେଠାରେ ଖେଳୁଥିବା ଦୁଇ ଶିଶୁ ମଧ୍ଯ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆରେ ତିଆରି ହୋଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ। ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମା’ ସୁଶାରୀ ମାଝୀ। ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଉଥିଲେ। ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରି ସାରିଥିଲା। ପୁଅଝିଅଙ୍କ ମୃତ୍ୟୁରେ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡ଼ିଛନ୍ତି। ଦୁଃଖ ଓ ଶୋକରେ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି।
ତେବେ ସରକାରୀ ନିୟମାନୁସାରେ ଅଜ୍ଞ ଥିବାହେତୁ ପୁଲିସ ପ୍ରଶାସନକୁ ସେମାନେ ସୂଚନା ଦେଇନାହାନ୍ତି। ଅପରପକ୍ଷରେ ଦୁଇ ନିଷ୍ପାପ ଶିଶୁଙ୍କୁ ହରାଇ ବାପା-ମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।