ନନ୍ଦପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅଧୀନ କୁମ୍ଭାର ଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରପାଲିବା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ବାଳକ ଓ ଜଣେ ବାଳିକାର ମୃତଦେହ ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଚମ୍ପା କୁମ୍ଭାର(୫) ଓ ବଳଭଦ୍ର କୁମ୍ଭାର (୬)। 

Advertisment

ସୂଚନା ଅନୁସାରେ କୁମ୍ଭାରପାଲିବା ଗାଁର ଶଙ୍କର କୁମ୍ଭାରଙ୍କ ଝିଅ ଚମ୍ପା ଓ ହାଟପେଟା ଗ୍ରାମର ଉଦ୍ଧବ କୁମ୍ଭାରଙ୍କ ପୁଅ ବଳଭଦ୍ର ପରିବାର ଲୋକଙ୍କ ସହିତ କ୍ଷେତକୁ ଯାଇଥିଲେ। ମା’ ଆଈ ଓ ଅନ୍ୟମାନେ ଉକ୍ତ ପୋଖରୀ ହୁଡ଼ା ଦେଇ ଘରକୁ ଫେରି ଥିଲେ। ଏହି ଦୁଇ ଶିଶୁ ପଛେ ପଛେ ଚାଲି ଆସୁଥିଲେ। କିଛି ସମୟ ପର୍ଯ୍ୟନ୍ତ ଏହି ଦୁଇ ଶିଶୁ ଘରକୁ ନ ଫେରିବାରୁ ଦୁଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଉକ୍ତ ପୋଖରୀରେ ଚମ୍ପା ଅଚେତ ଅବସ୍ଥାରେ ଭାସୁଥିବା ଦେଖି ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

କୁମ୍ଭାରପାଲିବା ଗାଁର ଶଙ୍କର କୁମ୍ଭାରଙ୍କ ଝିଅ ଚମ୍ପା ଓ ହାଟପେଟା ଗ୍ରାମର ଉଦ୍ଧବ କୁମ୍ଭାରଙ୍କ ପୁଅ ବଳଭଦ୍ର ପରିବାର ଲୋକଙ୍କ ସହିତ ବିଲକୁ ଯାଇଥିଲେ। ମା’ ଆଈ ଓ ଅନ୍ୟମାନେ ଉକ୍ତ ପୋଖରୀ ହୁଡ଼ା ଦେଇ ଘରକୁ ଫେରି ଥିଲେ। ଏହି ଦୁଇ ଶିଶୁ ପଛେପଛେ ଚାଲି ଆସୁଥିଲେ।

ସଙ୍ଗେସଙ୍ଗେ ନନ୍ଦପୁର ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ପୁଲିସ୍‌ର ଉପସ୍ଥିତିରେ ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ପୋଖରୀରୁ ବଳଭଦ୍ରର ମୃତଦେହ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ନନ୍ଦପୁର ପୁଲିସ୍ ତଦନ୍ତ ଜାରି ରଖିଛି।