ପାଟଣାଗଡ଼: ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ବ୍ଲକ ପାଢେଲ ଗ୍ରାମରେ ବିସ୍ଫୋରଣରେ ୨ ଶିଶୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗୁରୁତର ୨ ଶିଶୁ ହେଲେ ପାଢ଼େଲ ଗ୍ରାମର ଜଗା ସରାଫ ଓ ସଂଜୀବ ଦଳେଇ।
ମିଳିଥିବା ସୂଚନା ଅନୁଯାୟୀ, ପାଢେଲ ଗ୍ରାମରେ ୨ ଜଣ ଶିଶୁ ଘରେ ଖେଳୁଥିବାର ସମୟରେ ବ୍ୟାଟେରି ବିସ୍ଫେରଣ ହୋଇଥିଲା। ଏଥିରେ ୨ ଶିଶୁ ଗୁରୁତର ହୋଇ ପଡ଼ିଥିଲେ। ଏହା ଦେଖି ପରିବାରଲୋକେ ଶିଶୁ ଦ୍ବୟକୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।
ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଦର୍ଶାଇ ସେମାନଙ୍କୁ ବଲାଙ୍ଗୀରକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/02/8Dy7sF01MfosfAOC7Sol.jpg)