ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହା ଦୁଇ ଦିନିଆ ଗସ୍ତ ହେଉଛି। ମୁଖ୍ୟମନ୍ତ୍ରୀ ମେ’ ୧୨ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ସକାଳ ୧୦.୧୫ ମିନିଟରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହା ପରେ ସେ ୧୦.୨୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେଠାରୁ ସେ ୧୦.୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପରେ ମହୁଲଡିହାସ୍ଥ ଖେଳ ପଡିଆରେ ଆଲଚିକି ଲିପିର ଶତ ବାର୍ଷିକ ଉତ୍ସବ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନର ବିଶାଳ ସଭାରେ ଯୋଗଦେବେ।
ଗସ୍ତ ସମୟରେ ସାଂସଦ ନବଚରଣ ମାଝୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ସାରସକଣା ବିଧାୟକ ଭାଦବ୍ ହାଁସଦା, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ ବାରଦା ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି। ସଭା ପରେ ମହୁଲଡିହାସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବେ ଏବଂ ରାତିରେ ମଧ୍ୟ ସେଠାରେ ରାତ୍ରଯାପନ କରିବେ।
ପରଦିନ ଅର୍ଥାତ୍ ୧୩ ତାରିଖ ପୂର୍ବାହ୍ନରେ ଦାଣ୍ଡବୋଷସ୍ଥିତ ଅସ୍ଥାୟୀ ହେଲିପେଡରୁ ହେଲିକ୍ୟାପ୍ଟର ଯୋଗେ ବିଶୋଇ ମିନି ଷ୍ଟାଡ଼ିୟମରେ ଆସି ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଗସ୍ତରେ ବହୁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସାଙ୍ଗକୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ମୟୂରଭଞ୍ଜ ଏସ୍.ପି ବରୁଣ ଗୁଣ୍ଟୁପାଲି ତତ୍ତ୍ୱାବଧାନରେ ତଥା ରାଇରଙ୍ଗପୁର ଏସ୍.ଡ଼ି. ପି.ଓ ଗୋକୁଳାନନ୍ଦ ସାହୁଙ୍କ ନେତୃତ୍ୱରେ ଶୃଙ୍ଖଳିତ କାର୍ଯ୍ୟକ୍ରମର ଆୟଜନ କରାଯିବା ନେଇ ପୁଲିସ ଅଧିକାରୀଙ୍କ ସହିତ ରବିବାର ଆଲୋଚନା କରାଯାଇଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/02/22/RQNEWdBUNwyO0O5wjXGq.jpg)