ଭଦ୍ରକ: ବାଣ ଗୋଦାମ୍ରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣଙ୍କର ଚିକିତ୍ସା ଜାରି ରହିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଆଜି ଏହି ଅଘଟଣ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ସୂଚନା। ଅନ୍ୟ ୫ ଜଣ ଆହତଙ୍କ ଚିକିିତ୍ସା ଜାରି ରହିଛି। ମୃତକମାନେ ହେଲେ ଏସ୍କେ ମୁସାରଫ୍ (୧୨) ଓ ରାତୋ ବିବି(୪୦)।
ସୂଚନା ଅନୁସାରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଆଜି ଏକ ବାଣ ଗୋଦାମରେ କାମ ଚାଲିଥିଲା। ଏଠାରେ କାର୍ଯ୍ୟରତ ଲୋକେ ବାଣ ଭୁଡୁଥିଲେ। କୌଣସି କାରଣରୁ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ୭ ଜଣ ଲୋକ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଏସ୍କେ ମୁସାରଫ୍ ଓ ରାତୋ ବିବିଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡ଼ାକ୍ତରଖାନା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଆହତମାନଙ୍କର ଚିକିତ୍ସା ଜାରି ରହିଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚରାଉଚୁରା କରୁଛି। ବାଣ କାରଖାନାର ଲାଇସେନ୍ସ ଥିଲା କି ଏହା ବେଆଇନ୍ ଭାବେ ପରିଚାଳିତ ସେନେଇ ତଦନ୍ତ ଜାରି ରହିଛି।
Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/06/M3wOdW2iaZP0PdaM8rBS.jpg)