ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଅଗ୍ରଓ୍ବାଲା ରାସ୍ତାର ଚନ୍ଦନା ସାଇମନ୍ଦିର ନିକଟରେ ଆଜି ରାତି ସାଢେ ୮ ଟା ସମୟରେ ଏକ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା କେହି କେହି କହୁଥିବା ବେଳେ ଆଉ କେହି କହୁଛନ୍ତି ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଛି। ମୃତକ ଓ ଗୁରୁତରଙ୍କ ପରିଚୟ ଜଣା ପଡ଼ିନାହିଁ।
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା କେହି କେହି କହୁଥିବା ବେଳେ ଆଉ କେହି କହୁଛନ୍ତି ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଛି। ମୃତକ ଓ ଗୁରୁତରଙ୍କ ପରିଚୟ ଜଣା ପଡ଼ିନାହିଁ।
ତେବେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଇଛି। ଦୁଇ ଗୁରୁତରଙ୍କୁ ଜଳେଶ୍ଵରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅଣାଯାଇଥିବା ବେଳେ ସେଠାରୁ ପୁଣି ବାଲେଶ୍ବର ସ୍ଥାନାନ୍ତରିତ କରାଯାଇଛି। ମୃତକଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ହସ୍ପିଟାଲ ପରିସର ଫାଟି ପଡୁଛି। ଜଳେଶ୍ୱର ଥାନା ପୁଲିସ ଦୁର୍ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ମୃତକମାନଙ୍କ ପରିଚୟ ଓ ଦୁର୍ଘଟଣାର କାରଣ ଖୋଜୁଛି। ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ମଧ୍ୟ ପୁଲିସ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)