ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ମନୋଜ ସାରକା(୩୦) ଏବଂ ଗାହିଁ ହୁଇକା(୨୮)।
ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁୁମୁରିନେଳି ଗ୍ରାମର ତିନିଜଣ ଯୁବକ ଏକ ମରଟ ସାଇକଲରେ ମୁନିଗୁଡାରୁ ନିଜ ଗାଁ ଡୁମୁରିନେଳିକୁ ଫେରୁଥିବାବେଳେ ପାଇକଡାକୁଲୁଗୁଡା ଗ୍ରାମ ନିକଟରେ କଟକରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଗଛକୁ ଧକ୍କା ଦେଇଦେଇଥିଲେ।
ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ହେଲେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଆହତମାନଙ୍କୁ ଆମ୍ବୁଲନସ୍ ଯୋଗେ ମୁନିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାନରେ ଆଉ ଜଣକର ମଧ୍ୟ ମୃତ୍ୟୁ ଘଟିଛି। ଆହତ ହାଡ଼ି ପିଡିକାକା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିତିବା ଜଣାପଡିଛି।
ଖବର ପାଇ ମୁନିଗୁଡା ପୁଲିସ୍ ଘଟାଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିବା ସହ ମେଡିକାଲରେ ଦୁଇ ମୃତଦେହ ଜବତ କରି ବ୍ୟବଛେଦ କରି ପରିବାର ଲୋକଙ୍କୁ ହସନ୍ତାର କରିଯାଇଥିବା ମୁନିଗୁଡା ଥାନା ଅଧିକାରୀ ସୌଦାମିନି ବେହେରା ସୂଚନା ଦେଇଛନ୍ତି।
Accident