ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି ପଞ୍ଚାୟତ କଇଠପଦର ନିକଟ ମୁଖ୍ୟରାସ୍ତା ଉପରେ ଛିଡ଼ା ହୋଇଥିବା ଏକ  ଲୁହା ରଡ୍ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଦୁଇ ଜଣ ହେଲେ ସିର୍ଜୁଳି ପଞ୍ଚାୟତ ବଡଆମ୍ବଗୁଡା ଗ୍ରାମର ତିରୁପତୀ ଶବର ବୟସ (୪୦)ଓ ମଣ୍ଟୁ ଶବର ବୟସ (୨୦) ବୋଲି ଜଣାପଡିଛି।

Advertisment

ଦୁର୍ଘଟଣା ପରେ ସେମାନଙ୍କୁ  ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଲା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା  ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗୁଣୁପୁର ପୁଲିସ୍‌ର ତଦନ୍ତ ଜାରି ରହିଛି। ମୃତକ ଦୁଇଜଣ ଗୁଣୁପୁରକୁ କୌଣସି କାମରେ ଆସି ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି।

Accident