କୋରାପୁଟ: କୋରାପୁଟ-ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥ ଉପରେ ଆଜି ସନ୍ଧ୍ୟା ୫ଟା ୧୫ ବେଳେ କୋରାପୁଟ ସଦରଥାନା ପର ଟ୍ରେନ ଓଭରବ୍ରିଜ ତଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲ ବୋଝେଇ ୧୬ ଚକିଆ ଟ୍ରକ୍ ଓଆର ୧୦ଇ-୦୭୮୭ ବାଇକ ସହ ଦୁର୍ଘଟଣା ହୋଇଥିଲା। ବାଇକ ଚାଳକ ଓ ଅନ୍ୟ ଜଣେ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଟ୍ରକର ପଛ ଛକରେ ଦୁହେଁ ପଶି ଯାଇଥିଲେ। ଘଟଣାସ୍ଥଳରୁ ୨ଶହ ମିଟର ଟ୍ରକ ଉଭୟଙ୍କୁ ଟାଣି ନେଇଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ପଛରେ ବସିଥିବା ନାବାଳକଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ କୋରାପୁଟ ଟାଉନଥାନା ଅର୍ନ୍ତଗତ ସିନେମା ସାହିର ଲଭି ବେନିଆ (୧୬) ଓ ଅନ୍ୟ ଜଣେ ଖାରିଗୁଡା ଗାଁର କୃଷ୍ଣ ପରଜା(୧୬)। ଘଟଣା ସ୍ଥଳରୁ ଟ୍ରକ ଚାଳକ ଓ ହେଲ୍ପର ଟ୍ରକ ଛାଡ଼ି  ଫେରାର ହୋଇଯାଇଥିଲେ। ଉଭୟଙ୍କ ମୃତ ଖବର ଶୁଣି ତାଙ୍କ ସଂପର୍କୀୟ ଓ ପରିବାରବର୍ଗ ଆଦି ଘଟଣାସ୍ଥଳରେ ପହଚିଂଥିଲେ। ତେବେ ସେଠାରେ ମରଶରୀର ନଥିବା ଦେଖି ଉତ୍ୟକ୍ତ ହୋଇ ରାସ୍ତା ରୋକ କରିଥିଲେ। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକ ଦ୍ବୟ ବାଇକ ନେଇ କୋରାପୁଟରୁ ସୁନାବେଡ଼ା ପଟକୁ ଯାଉଥିଲେ। ଏକା ରାସ୍ତାରେ ଯାଉଥିବା ଟ୍ରକକୁ ସଦରଥାନା ପରେ ଥିବା ଟ୍ରେନ ଲାଇନ ଓଭରବ୍ରିଜ୍ ତଳେ ଅତିକ୍ରମ କରୁଥିଲେ। ଏ ସମୟରେ ଉଭୟ ଟ୍ରକର ପଛ ଚକରେ ପଡି ଯାଇଥିଲେ। ଚକ ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ଦୁର୍ଘଟଣା ଖବର ପାଇ କୋରାପୁଟ ସଦର ଥାନା ଅଧିକାରୀ ରୁନୁବାଳା ମାଝୀ  ଓ ଟାଉନଥାନା ଅଧିକାରୀ ଭବାନୀ ପ୍ରଧାନ ସଦଳବଳ ସହ ଘଟଣାସ୍ଥଳରେ ପହଚିଂ ମୃତକଙ୍କ ମରଶରୀରକୁ ତତକ୍ଷାଣାତ୍ ଡାକ୍ତରଖାନାକୁ ନେଇଯାଇଥିଲା। ଦୁର୍ଘଟଣା ଖବର ସିନେମାସାହି ଓ ଖାରିଗୁଡା ଗାଁରେ ପହଚିଂବା ପରେ ଶତାଧିକ ସଂପର୍କୀୟ ଓ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ପହଚିଂଥିଲେ।

ତେବେ ମରଶରୀରଟି ଦୁର୍ଘଟଣାସ୍ଥଳରୁ ପୁଲିସ ଉଠାଇ ସହିଦ ଲକ୍ଷ୍ମଣ ନାୟକ ବଡ ମେଡିକାଲ କଲେଜକୁ ନେଇ ଯାଇଥିଲା। ପରିବାରବର୍ଗର ଅନୁପସ୍ଥିତିରେ ପୁଲିସ କାହିଁକି ମରଶରୀର ଉଠାଇ ବଡ଼ଡାକ୍ତରଖାନାକୁ ନେ‌ଲେ ବୋଲି ପ୍ରଶ୍ନ କରିଥିଲେ। କ୍ଷତିପୂରଣ ଦାବି କରିବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ବସ, ଟ୍ରକ, ଭାରୀଯାନ, କାର, ବାଇକ୍ ଆଦିକୁ ଛାଡି ନଥିଲେ। କିଛି ଗାଡ଼ି ଏସମୟରେ ସହରକୁ ସଂଯୋଗ କରୁଥିବା ବିଭିନ୍ନ ଲୁପ ଲାଇନ ଗୁଡିକରେ ଯିବା ଆସିବା କରିଥିଲା। ଘଟଣାସ୍ଥଳରେ ଟାଉନଥାନା ଓ ସଦର ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବହୁ ବୁଝାସୁଝା କରିଥିଲେ ହେଁ ନ  ଶୁଣି ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ୨୬ଉପରେ ବାରମ୍ବାର ଦୁର୍ଘଟଣା ହେଉଛି। ବର୍ଷକରେ ଛୋଟ ବଡ ୩୦ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଏହାରି ମଧ୍ୟରେ ହୋଇଛି।

ଘଟଣାସ୍ଥଳରେ ଟାଉନଥାନା ଓ ସଦର ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବହୁ ବୁଝାସୁଝା କରିଥିଲେ ହେଁ ନ  ଶୁଣି ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ୨୬ଉପରେ ବାରମ୍ବାର ଦୁର୍ଘଟଣା ହେଉଛି। ବର୍ଷକରେ ଛୋଟ ବଡ ୩୦ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଏହାରି ମଧ୍ୟରେ ହୋଇଛି।

ଅନେକ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକ ଦୁର୍ଘଟଣାରେ ପଙ୍ଗୁ ପାଲଟି ଘରେ ରହିଛନ୍ତି। ଆଉ କିଛି ଜଣ ଦୁର୍ଘଟଣା ପରେ ଚିକିତ୍ସାଧୀନ ରହିଛନ୍ତି। ଏତେ ପରିମାଣର ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇନି। ଯାହା ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବାଇପାସ୍ ରାସ୍ତା ପାଇଁ ସହରର ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଦାବି କରି ଆସୁଥିଲେହେଁ ତାହା ନିର୍ମାଣ ନ ହେବା ପଛରେ କିଛି ରହସ୍ୟ ରହିଛି କି ବୋଲି ପ୍ରଶ୍ନ ଉଠିଛି। ତୁରନ୍ତ ବାଇପାସ୍ ରାସ୍ତା ନିର୍ମାଣ କରାଗଲେ ଏଭଳି ଦୁର୍ଘଟଣାରୁ ବି ଏଡାଇ ହେବ ବୋଲି ମତ ପ୍ରକାଶ ପାଇଛି।