ସୋର: ବାଲେଶ୍ବର ଜିଲ୍ଲା ସୋର ତହସିଲ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ପଥର ଚାଲାଣ କାମରେ ନିୟୋଜିତ ୨ଟି ଡମ୍ଫରକୁ ଜବତ କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସୋର ତହସିଲଦାର ଶେଖ ସାଗିରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ଦୈତାରି ମଳିକ ବରଫ କଳ ଛକ ନିକଟରେ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ।

Advertisment

ଏହି ସମୟରେ ବାଗୁଡିରୁ ସୋର ଅଭିମୁଖେ ଆସୁଥିବା ଓଆର ୧୫ କ୍ୟୁ ୫୮୯୦ ଓ ଓଡ଼ି ୦୧ ଜି ୨୨୫୮ ନମ୍ବର ବିଶିଷ୍ଟ ଦୁଇଟି ପଥର ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ ପରେ ଏଥିରେ ବେଆଇନ ଭାବେ ଚାଲାଣ ହେଉଥିବା ଜାଣିପାରି ଗାଡି୨ଟିକୁ ଜବତ କରି ଥାନାରେ ଜିମା ଦେଇଥିବା ଜଣାପଡିଛି।

Baleswar