ରାଉରକେଲା: କୋଏଲ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛିl ସେମାନେ ହେଲେ ସେକ୍ଟର-୮ର ଆଶୀର୍ବାଦ ବାରିକ ଓ ପ୍ରଦୀପ ତରାଇ। 

Advertisment

ସୂଚନା ଅନୁସାରେ ଚାରି ଜଣ ସାଙ୍ଗ କୋଏଲ ନଦୀର କେରକେଟା ଘାଟକୁ ଗାଧୋଇବାକୁ ଯାଇଥିଲେl ଏମାନଙ୍କ ମଧ୍ୟରୁ ସେକ୍ଟର-୧୭ ନିବାସୀ ପ୍ରଦୀପ ଓ ସେକ୍ଟର-୮ର ଆଶୀର୍ବାଦ ପ୍ରଦୀପଙ୍କ ଗାଡିରେ କେରକେଟା ଘାଟକୁ ଗାଧୋଇବାକୁ ଯାଇଥିଲେl ଚାରି ସାଙ୍ଗ ନଦୀ ପାଣିରେ ଗରମର ମଜା ଉଠାଉଥିଲେl ଏମାନଙ୍କ ମଧରୁ ପ୍ରଦୀପ ଓ ଆଶୀର୍ବାଦ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେl ଅନ୍ୟ ଦୁଇ ସାଙ୍ଗ ସେମାନଙ୍କୁ ବଞ୍ଚାଇବାକୁ ପାଟି କରିଥିଲେl

ସେକ୍ଟର-୧୭ ନିବାସୀ ପ୍ରଦୀପ ଓ ସେକ୍ଟର-୮ର ଆଶୀର୍ବାଦ ପ୍ରଦୀପଙ୍କ ଗାଡିରେ କେରକେଟା ଘାଟକୁ ଗାଧୋଇବାକୁ ଯାଇଥିଲେl ଚାରି ସାଙ୍ଗ ନଦୀ ପାଣିରେ ଗରମର ମଜା ଉଠାଉଥିଲେl ଏମାନଙ୍କ ମଧରୁ ପ୍ରଦୀପ ଓ ଆଶୀର୍ବାଦ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେl

 

ସ୍ଥାନୀୟ ଲୋକ ନଦୀରେ ପଶିବା ପୂର୍ବରୁ ଦୁହିଁ ନିଖୋଜ ଯାଇଥିଲେ l ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ପ୍ରାୟ ଘଂଟାଏ ପରେ ଦୁଇ ସାଙ୍ଗଙ୍କ ଶବ ଉଦ୍ଧାର କରିଥିଲାl ଦୁହିଁଙ୍କ ଶବକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ରଖା ଯାଇଛି l ଅନ୍ୟ ଦୁଇ ସାଙ୍ଗଙ୍କ ପରିଚୟ ମିଳିପାରିନି l ଝିରପାଣି ପୁଲିସ ଘଟଣାର ତଦନ୍ତ ଚଳାଇଛିl

Rourkela