ଅନୁଗୁଳ: ଦେଢ଼ ଲକ୍ଷ ଟଙ୍କା ଅର୍ଥ ହଡ଼ପ ପାଇଁ ସ୍ବାମୀ-ସ୍ତ୍ରୀ ଓ ସେମାନଙ୍କର ୪ ବର୍ଷର ପୁଅଙ୍କୁ ହତ୍ୟା ମାମଲାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶୁକ୍ରବାର ଦିନ ୨ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀମାନେ ହେଲେ କିଶୋର ସେଠୀ ଓ ପ୍ରକାଶ ବେହେରା।
ମାମଲାରୁ ବିବରଣୀରୁ ଜଣାଯାଏ ଯେ, ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଲିଆ ଗାଁରେ ୨୦୧୭ ଅକ୍ଟୋବର ୧୦ ତାରିଖ ଦିନ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ମା’ ମାହେଶ୍ଵରୀ ଗ୍ରୁପରୁ ଉଭୟ ଦମ୍ପତି ଦେଢ଼ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କା ହଡପ କରିବା ପାଇଁ ଗାଁର ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ସ୍ୱାମୀ-ସ୍ତ୍ରୀ ଓ ୪ ବର୍ଷର ପୁଅକୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ଆଜି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି।
ଉଭୟ ଦୋଷୀଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/4CDflpypJUL2SxR9aXGS.jpeg)