କୋଷାଗୁମୁଡା/କୋଡୀଙ୍ଗା: ଗାଧୋଇବାକୁ ଯାଉଥିବା ବେଳେ ପରିତ୍ୟକ୍ତ ଖାଲ ପାଣିରେ ବୁଡ଼ି ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ଏହି ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ମଞ୍ଜୁଳା ଭତ୍ରା (୧୦) ଓ ତନୁ ଭତ୍ରା (୧୦)।
ସୂଚନା ଅନୁସାରେ କୋଷାଗୁମୁଡା ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମର ମଞ୍ଜୁଳା ଭତ୍ରା ଓ ତନୁ ଭତ୍ରା ଆଜି ଗୁରୁଦିବସ ଥିବାଯୋଗୁ ଗ୍ରାମ ବିଦ୍ୟାଳୟକୁ ଯାଇ ଶୀଘ୍ର ଘରକୁ ଫେରିଆସିଥିଲେ। ଦୁଇଜଣ ସାଙ୍ଗ ଘର ନିକଟ ମକା ବାଡ଼ ମଧ୍ୟରେ ଏକ ପରିତ୍ୟକ୍ତ ଖାଲକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ଗଭୀର ପାଣିରେ ବୁଡ଼ିଯାଇଥିବାର ବହୁ ସମୟ ପରେ ପରିବାର ଲୋକ ଦେଖି ତୁରନ୍ତ କୋଷାଗୁମୁଡା ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ବହୁ ଖୋଜାଖୋଜି ପରେ ମୃତ ୨ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ।
ଦୁଇଜଣ ସାଙ୍ଗ ଘର ନିକଟ ମକା ବାଡ଼ ମଧ୍ୟରେ ଏକ ପରିତ୍ୟକ୍ତ ଖାଲକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ଗଭୀର ପାଣିରେ ବୁଡ଼ିଯାଇଥିବାର ବହୁ ସମୟ ପରେ ପରିବାର ଲୋକ ଦେଖି ତୁରନ୍ତ କୋଷାଗୁମୁଡା ଅଗ୍ନିଶମ ବିଭାଗକୁ ଜଣାଇଥିଲେ।
ପରିବାର ଲୋକେ କୋଷାଗୁମୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୋଷାଗୁମୁଡା ପୁଲିସ ପହଞ୍ଚି ଶବ ଜବତ କରି କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ୧୦/୨୪ ଓ ୧୧/୨୪ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଅଧିକାରୀ ରବୀନ ସ୍ମିଥ ଦେଓଗାଁ ଅଧିକ ତଦନ୍ତ ଚାଲୁଥିବା ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/4ZO6AINt1VM8ua9MW8si.jpeg)