ଘୁ.ଉଦୟଗିରି: ଦୀର୍ଘ ଦିନ ହେଲା ଦୁଇଟି ଦନ୍ତା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଗାଁ ଗଣ୍ଡାରେ ପଶି ବ୍ୟାପକ ଘର ଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ଜଙ୍ଗଲରୁ ଦୀର୍ଘ ଦିନ ତଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସନର କୁରୁମିଙ୍ଗିଆ, ସୁଜେଲି, ରେତୁଡି, ଦୁଗୁଡ଼ିପାରି ଜଙ୍ଗଲ ବୁଲିବୁଲି କିଛି ଗାଁରେ ପଶି ଫସଲ ନଷ୍ଟ କରିବା ସହ ବ୍ୟାପକ କଦଳୀ ବାଡ଼ ନଷ୍ଟ କରି ଘୁ.ଉଦୟଗିରି ସହରମୁଁହା ହୋଇ ସହରର ୧ନଂ ୱାର୍ଡର ପଦାସାହି ଉଦ୍ୟାନ ବିଭାଗ ଫାର୍ମ, କୃଷି ଗବେଷଣା ଫାର୍ମ, ଶଙ୍ଖସାହି ପଶି କାକଲବାକି ଦେଇ ରୁଦାଙ୍ଗିଆ ଗାଁରେ ପଶି ଘର ପାଚେରୀ ନଡ଼ିଆ ଗଛ, ଆମ୍ବ, କଦଳୀ ଗଛ ନଷ୍ଟ କରିଥିଲେ ଦୁଇ ଦନ୍ତା।
ପୁଣି କିଛି ଦିନର ନୀରବତା ପରେ ପୁଣି କଳିଙ୍ଗା ଘୁ.ଉଦୟଗିରି ରାଜ୍ୟ ରାଜପଥ ଉପରକୁ ଆସି ଉତ୍ପାତ ଆରମ୍ଭ କରିଛନ୍ତି। ମାଲାନସୁଗା ଛକରେ ରାସ୍ତାକଡ଼ରେ ଥିବା ସୁମନ୍ତ ପ୍ରଧାନଙ୍କ ଦୁଇ ବଖରା ଆଜବେଷ୍ଟ ଘର ସମ୍ପୂର୍ଣ୍ଣ ନଷ୍ଟ କରିଦେବା ସହ ଘର ଭିତରେ ଥିବା ଆସବାସ ପତ୍ର ମଧ୍ୟ ନଷ୍ଟ କରିଦେଇଛନ୍ତି ଏହି ଦୁଇ ଦନ୍ତା। ଘର ଭିତରେ ଥିବା ଖାଦ୍ୟ ସାମଗ୍ରୀ ଧାନ ଚାଉଳକୁ ଖାଇଦେଇଥିବା ସୂଚନା ମିଳିଛି।
ରାଜ୍ୟ ରାଜପଥ କଡ଼ରେ ଦୁଇ ଦନ୍ତାଙ୍କ ଉତ୍ପାତ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହେବା ସହ ସଞ୍ଜ ନଇଁଲେ ରାସ୍ତାରେ ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି।
Kandhamal | Elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/27/U5bDZQ84pF11WueVkEUu.jpg)