ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ବିଜାପୁର ଜିଲ୍ଲାର ଦକ୍ଷିଣ ପଶ୍ଚିମ ଅଂଚଳରେ ମାଓବାଦୀ କ୍ୟାମ୍ପ କରି ରହିଛନ୍ତି।
ତୁରନ୍ତ ଯବାନ ଅପରେସନ ଆରମ୍ଭ କରିଦେଇଥିଲେ। ଆଜି ସକାଳୁ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନ ଘଟଣାସ୍ଥଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ନକ୍ସଲଙ୍କର ମୃତଦେହକୁ ଠାବ କରିବା ସହ ୩୦୩ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ କରିଛି।
ପୁଲିସ କହିବା ଅନୁସାରେ ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବାରୁ ସଠିକ ରିପୋର୍ଟ ଯବାନ ଫେରିବା ପରେ ହିଁ ଦିଆଯାଇପାରିବ ବୋଲି କୁହାଯାଇଛି।
/filters:format(webp)/sambad/media/media_files/2025/09/12/new-project-19-2025-09-12-16-41-10.jpg)
ପ୍ରକାଶ ଥାଉକି ଗତକାଲି ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ସମେତ ୧୦ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହୋଇଥିଲା, ଯାହାକି ଗରିଆବନ୍ଦ ଅଂଚଳରେ ଏହା ଦ୍ବିତୀୟ ବଡ ଘଟଣା। ଗତ ୭ ମାସ ତଳେ ଏହି ମେନପୁର ପାହାଡରେ ହିଁ ପୁଲିସ ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ଚାଲପତି ନିହତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିଥିବା ଟାର୍ଗେଟ ପାଖେଇ ଆସୁଥିବା ବେଳେ ନକ୍ସଲ ମଧ୍ୟ ମୂଳପୋଛ ହେବେ ବୋଲି କୁହାଯାଇଛି।
maoists | Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/12/new-project-19-2025-09-12-16-41-10.jpg)